Mon. Dec 23rd, 2024

ନ୍ୟୁଜ ଡେସ୍କ:ଏଥର ଉଧାର ମାତୃତ୍ୱ ଅର୍ଥାତ ସରୋଗେସି ପାଇଁ ମିଳିବ ଛୁଟି। ରାଜ୍ୟ ସରକାରଙ୍କ ପକ୍ଷରୁ ଏ ନେଇ ସୂଚନା ପ୍ରଦାନ କରାଯାଇଛି। ଉଧାର ମାତୃତ୍ୱ ପାଇଁ ମହିଳା ସରକାରୀ କର୍ମଚାରୀଙ୍କୁ ୧୮୦ଦିନର ମାତୃତ୍ୱ ଛୁଟି ଓ ପୁରୁଷ କର୍ମଚାରୀଙ୍କୁ ୧୫ଦିନର ପିତୃତ୍ୱ ଛୁଟି ପ୍ରଦାନ କରାଯିବାର ସୁବିଧା ପ୍ରଦାନ କରାଯିବ। ଉଧାର ମାତୃତ୍ୱ ଦ୍ୱାରା ମାତୃତ୍ୱ ଓ ପିତୃତ୍ୱ ପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ଛୁଟି ପ୍ରଦାନ ପ୍ରସ୍ତାବ ସରକାରଙ୍କ ଅଧୀନରେ ବିଚାରଧୀନ ଥିଲା।

ରାଜ୍ୟପାଳଙ୍କ ଅନୁମୋଦନ ପରେ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ରଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ସରୋଗେସି ପାଇଁ ରାଜ୍ୟ ସରକାରଙ୍କ ଏହି ନୂଆ ଛୁଟି ନିୟମ ଗୁରୁବାର ଠାରୁ କାର୍ଯ୍ୟକାରୀ ହୋଇଛି । ଗୁରୁବାର ଗୃହ ବିଭାଗ ପକ୍ଷରୁ ପତ୍ର ମାଧ୍ୟମରେ ଏ ନେଇ ସୂଚନା ପ୍ରଦାନ କରାଯାଇଛି। କେନ୍ଦ୍ର ସରକାର ଗତ ଜୁନ୍‌ ମାସରେ ଏହି ଛୁଟି ପ୍ରଦାନ କରିଛନ୍ତି। ତେବେ ରାଜ୍ୟରେ ମଧ୍ୟ ଏହା କାର୍ଯ୍ୟକାରୀ ହେବା ପରେ ଉଧାର ମାତୃତ୍ୱ କର୍ମଚାରୀଙ୍କୁ ଏକ ବଡ଼ ଖୁସି ଖବର ମିଳିଛି। ସରୋଗେସି ଦ୍ୱାରା ମା ଓ ବାପା ହେଉଥିବା ସରକାରୀ କର୍ମଚାରୀଙ୍କ ଲାଗି କିଛି ନିର୍ଦ୍ଦିଷ୍ଟ ବ୍ୟବସ୍ଥା ରହିଛି ।

ଯଦି ମହିଳା କର୍ମଚାରୀ ଦୁଇରୁ କମ ଜୀବତ ସନ୍ତାନ ଥାଇ ସରୋଗେସି ମା’ ହୁଅନ୍ତି, ତା’ହେଲେ ସେ 180 ଦିନର ମାତୃତ୍ୱ ଛୁଟି ପାଇବାକୁ ଯୋଗ୍ୟ ବିବେଚିତ ହେବେ । ଉକ୍ତ ମହିଳା କର୍ମଚାରୀଙ୍କୁ ସରୋଗେସି ଅଧିନିୟମ – 2021ର ଧାରା 4(ଖ)ରେ ପ୍ରଦତ୍ତ ସର୍ତ୍ତଗୁଡ଼ିକ ପୂରଣ କରିବାକୁ ପଡ଼ିବ । 2011 ମସିହାରୁ ରାଜ୍ୟ ସରକାର ମହିଳା କର୍ମଚାରୀଙ୍କୁ 180 ଦିନର ମାତୃତ୍ୱ ଓ ପୁରୁଷ କର୍ମଚାରୀଙ୍କୁ 15 ଦିନର ପିତୃତ୍ୱ ଛୁଟି ସୁବିଧା ମିଳୁଛି ।

Leave a Reply

Your email address will not be published. Required fields are marked *