Sun. Feb 22nd, 2026

ନ୍ୟୁଜ ଡେକ୍ସ: ଏପ୍ରିଲ ୧୬ରୁ ଯୁକ୍ତ ୩ ନାମଲେଖା ଆବେଦନ ଆରମ୍ଭ। ଜୁଲାଇ ୧୦ ସୁଦ୍ଧା ଆରମ୍ଭ ହେବ ପାଠ ପଢା । ଶିକ୍ଷାବର୍ଷ ୨୦୨୫-୨୬ ସ୍ନାତକ ଶ୍ରେଣୀ ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ଆବେଦନକାରୀମାନେ ଏପ୍ରିଲ ୧୬ ତାରିଖ ଠାରୁ ଫର୍ମ ପୂରଣ କରିପାରିବେ।

ନାମଲେଖା ପ୍ରକ୍ରିୟା ଜାତୀୟ ଶିକ୍ଷା ନୀତି-୨୦୨୦ ଆଧାରରେ କରାଯିବ। ଜାତୀୟ ଶିକ୍ଷା ନୀତି ଅନୁସାରେ, ଛାତ୍ରଛାତ୍ରୀମାନେ SAMS ମାଧ୍ୟମରେ ଫର୍ମ ପୂରଣ କରିବା ସମୟରେ ନିଜ ପସନ୍ଦ ଅନୁଯାୟୀ ପାଠ୍ୟକ୍ରମର ବିଭିନ୍ନ ପ୍ରକାର ଯଥା: ଗୋଟିଏ ମୁଖ୍ୟ ବିଷୟ ସହିତ ଦୁଇଟି ଉପବିଷୟ କିମ୍ବା ଦୁଇଟି ମୁଖ୍ୟ ବିଷୟ କିମ୍ବା ତିନିଟି ଉପବିଷୟ ଚୟନ କରିପାରିବେ। ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ସଠିକ ସମୟରେ ପାଠ୍ୟକ୍ରମ ଆରମ୍ଭ ହେବା ସହିତ ସଠିକ ସମୟରେ ପରୀକ୍ଷା କରାଯାଇ ଫଳାଫଳ ମଧ୍ୟ ଘୋଷଣା କରାଯାଇପାରିବ।

ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ଏବଂ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ତରଫରୁ ଏହି ନିଷ୍ପତ୍ତି ନିଆଯାଇଛି। ସେହିପରି ଶିକ୍ଷାବର୍ଷ ୨୦୨୫-୨୬ ନିମନ୍ତେ ସ୍ନାତୋକାତ୍ତର ଏବଂ ଦୁଇ ବର୍ଷିଆ ବି.ଏଡ/ ଏମ.ଏଡ /ବି.ଏଚ.ଏଡ ପାଠ୍ୟକ୍ରମରେ ନାମଲେଖା ପ୍ରକିୟାକୁ ମଧ୍ୟ ଶୀଘ୍ର ଆରମ୍ଭ କରିବା ପାଇଁ ପୂର୍ବରୁ ସରକାରଙ୍କ ତରଫରୁ ନିଷ୍ପତ୍ତି ନିଆଯାଇଛି ।

Leave a Reply

Your email address will not be published. Required fields are marked *