ନ୍ୟୁଜ ଡେକ୍ସ: ଗୁରୁବାରଠୁ ଆବୁଧାବିକୁ ବିମାନ ସେବା । UAEର ରାଜଧାନୀ ଆବୁଧାବିକୁ ଭୁବନେଶ୍ୱରରୁ ସିଧା ବିମାନେସେବାର ଶୁଭାରମ୍ଭ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପତାକା ଦେଖାଇ ଏହି ବିମାନସେବାର ଶୁଭାରମ୍ଭ କରାଯାଇଛି । ଖବର ଅନୁଯାୟୀ, ଏଣିକି UAEର ରାଜଧାନୀ ଆବୁଧାବିକୁ ଉଡ଼ିବ ବିମାନ । ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଆଜି ସକାଳ ୯.୩୫ ସମୟରେ ବିମାନ ଉଡାଣ ଭରିଥିଲା।
ଯୋଗାଯୋଗ ସମ୍ପର୍କ ସମେତ ବ୍ୟବସାୟିକ ସମ୍ପର୍କ ଆଶା ବଢିଛି। ୟୁନାଇଟେଡ଼ ଷ୍ଟେଟସ ଅଫ ଏମିରେଟସ ସହ ସିଧାସଳଖ ବିମାନ ସେବା ଯୋଡି ହେବା ପରେ ଏବେ ନୂଆ ସମ୍ଭାବନା ଯୋଡ଼ି ହୋଇଛି। ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ କେନ୍ଦ୍ର ସରକାରଙ୍କ ସହଯୋଗରେ ଏହି ସେବାର ଆରମ୍ଭ ହୋଇଛି।
ଏହି ବିମାନରେ ଆଜି ୧୮୦ ଯାତ୍ରୀ ଭୁବନେଶ୍ୱରରୁ ଆବୁଧାବିକୁ ଯାଇଛନ୍ତି। ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି, “ଯେବେଠାରୁ ନୂଆ ସରକାର ଦାୟିତ୍ୱ ନେଲେ ବିଶେଷ କରି ମିଡିଲ୍-ଇଷ୍ଟ ଦେଶ ଗୁଡ଼ିକ ସହ ଓଡ଼ିଶା ଯୋଡିହେବାର ସୁଯୋଗ ଆସଲା । ସିଧାସଳଖ ଓଡ଼ିଶା ସହ ସୁସମ୍ପର୍କ ପ୍ରତିଷ୍ଠା ହେବା ସହ ପର୍ଯ୍ୟଟନ, ପୁଞ୍ଜିନିବେଶ, ଓ ବାଣିଜ୍ୟିକ କ୍ଷେତ୍ରରେ ଲାଭଦାୟକ ହେବ।

