Thu. Oct 23rd, 2025

ନ୍ୟୁଜ ଡେକ୍ସ: ଜମ୍ମୁ-କଶ୍ମୀରରେ ନିୟନ୍ତ୍ରଣ ରେଖା (LoC) ଉପରେ ଭାରତ-ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ଆତଙ୍କବାଦୀ ଆକ୍ରମଣ ପରିପ୍ରେକ୍ଷୀରେ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ (AIIMS), ନୂଆଦିଲ୍ଲୀ ସମସ୍ତ ଡାକ୍ତର, ନର୍ସ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ଛୁଟି ବାତିଲ କରିଛି।

ଏହି ନିଷ୍ପତ୍ତି ଦେଶରେ ସୃଷ୍ଟି ହୋଇଥିବା ଜରୁରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ନିଆଯାଇଛି, ଯେଉଁଥିରେ ସୈନିକ ଓ ନାଗରିକମାନଙ୍କ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାକୁ ସତର୍କ ରଖାଯାଇଛି। ଭାରତ-ପାକିସ୍ତାନ ଉତ୍ତେଜନା ଭିତରେ ନିଆଯାଇଛି ବଡ଼ ନିଷ୍ପତ୍ତି । ଛୁଟି ବାତିଲ ପାଇଁ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ହେଲା ନିର୍ଦ୍ଦେଶନାମା ।

ଆଜି ମଧ୍ୟ ପଞ୍ଜାବର ଜଳନ୍ଧର, ପଠାଣକୋଟ ଏବଂ କାଶ୍ମୀର ଅଞ୍ଚଳର ଉରିରେ ବ୍ଲାକଆଉଟ୍ ଜାରି କରାଯାଇଛି। ଅନ୍ୟପକ୍ଷରେ, ଜମ୍ମୁ-କାଶ୍ମୀରରେ ନିୟନ୍ତ୍ରଣ ରେଖା ପାଖରେ ଥିବା ଅନେକ ସେକ୍ଟରରେ ପାକିସ୍ତାନ ପ୍ରବଳ ଗୁଳିବର୍ଷା କରୁଛି। ଭାରତୀୟ ସେନା ଏହାର କଡା ଜବାବ ଦେଉଛନ୍ତି।

Leave a Reply

Your email address will not be published. Required fields are marked *