Wed. Feb 25th, 2026

ନ୍ୟୁଜ ଡେକ୍ସ : ରାଜ୍ୟରେ ଚର୍ଚ୍ଚିତ ଏସ୍‌ଆଇ (ସବ୍‌ଇନ୍ସପେକ୍ଟର) ପରୀକ୍ଷା କେଳେଙ୍କାରୀ ମାମଲା ଏବେ ସିବିଆଇ ହାତକୁ ପହଞ୍ଚିଛି। ବିଜ୍ଞପ୍ତି ପ୍ରକାଶ ପରେ ସିବିଆଇ ପକ୍ଷରୁ ମାମଲା ରୁଜୁ କରାଯାଇଛି ଓ ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ ହୋଇଛି। ଏହି ଟିମ୍‌ରେ ୧୨ରୁ ଅଧିକ ଅଧିକାରୀ ସାମିଲ ହେବେ। ଜଣେ ଅତିରିକ୍ତ ଏସ୍‌ପିଙ୍କ ନେତୃତ୍ୱରେ ଗଠିତ ଏହି ଦଳରେ ୩ ଜଣ ଡିଏସ୍‌ପି ଓ ୪ ଜଣ ଇନ୍‌ସପେକ୍ଟର ରହିଛନ୍ତି।

ସିବିଆଇ ପକ୍ଷରୁ ଆଗରୁ ତଦନ୍ତ କରୁଥିବା କ୍ରାଇମ୍‌ବ୍ରାଞ୍ଚକୁ ମାମଲା ସମ୍ବନ୍ଧୀୟ ସମସ୍ତ ଦସ୍ତାବିଜ୍ ମାଗି ନିଆଯାଇଛି। ଏହିପରେ କ୍ରାଇମ୍‌ବ୍ରାଞ୍ଚ୍ ଦସ୍ତାବିଜ୍‌ର ତାଲିକା ପ୍ରସ୍ତୁତ କରୁଛି ଓ ଆଜି ସୁଦ୍ଧା ସେହି ତାଲିକା ସିବିଆଇକୁ ହସ୍ତାନ୍ତର କରିବା ଯୋଜନା ରହିଛି। ତାଲିକା ଅନୁଯାୟୀ ସମସ୍ତ ରେକର୍ଡ ପତ୍ର ସିବିଆଇ ଅଧିକାରୀଙ୍କୁ ହସ୍ତାନ୍ତର ହେବ। ସୂତ୍ର ଅନୁଯାୟୀ, ଆଜି ଅପରାହ୍ଣରେ କ୍ରାଇମ୍‌ବ୍ରାଞ୍ଚ ଟିମ୍ ସିବିଆଇ କାର୍ଯ୍ୟାଳୟ ଯାଇପାରେ। ଏହି ମାମଲାର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି, କାର କେୟାରଟେକର ସୁରେଶ ନାୟକ ସହିତ ଅନ୍ୟାନ୍ୟ ଅଭିଯୁକ୍ତଙ୍କୁ କ୍ରାଇମ୍‌ବ୍ରାଞ୍ଚ ତଦନ୍ତରେ ଜେରା କରୁଛି।

ସେପଟେ, ଶଙ୍କର ପୃଷ୍ଟି, ସୁରେଶ ନାୟକ, ବିଶ୍ବରଞ୍ଜନ ବେହେରା, ଅରବିନ୍ଦ ଦାସ, ତଫିସ୍ ଅହମ୍ମଦ ସହ ୨ ଆଶାୟୀ — ଶେଖର ସାହୁ ଓ ପ୍ରକାଶ ସାହୁଙ୍କ ଜାମିନ୍ ଆବେଦନ ଉପରେ ଆଜି ଶୁଣାଣି ହେବ। ଏହି ଶୁଣାଣି ବ୍ରହ୍ମପୁର ଜିଲ୍ଲା ଦୌରା ଜଜଙ୍କ କୋର୍ଟରେ ହେବା ନିର୍ଦ୍ଧାରିତ ହୋଇଛି।ସିବିଆଇ ତଦନ୍ତ ଆରମ୍ଭ ହେବା ସହ, ଏହି ଚର୍ଚ୍ଚିତ ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ ମାମଲାର ଗୁପ୍ତ ରହସ୍ୟ ଶିଘ୍ର ପ୍ରକାଶିତ ହେବ ବୋଲି ଅନୁମାନ କରାଯାଉଛି।

Leave a Reply

Your email address will not be published. Required fields are marked *