ନ୍ୟୁଜ ଡେକ୍ସ: କିଛି ବର୍ଷର ଅନିଶ୍ଚିତତା ଏବଂ ଛାତ୍ର ଅଶାନ୍ତି ପରେ ଏବେ ଶେଷରେ ଛାତ୍ର ନିର୍ବାଚନ ହେବାକୁ ଯାଉଛି । ଓଡ଼ିଶାର କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ଦୀର୍ଘ ଦିନ ଧରି ପଡ଼ି ରହିଥିବା ଛାତ୍ର ସଂଘ ନିର୍ବାଚନ ଏହି ବର୍ଷ ହୋଇପାରେ। ଏନେଇ ବଡ ସୂଚନା ନେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।
ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ୧୬ ଏପ୍ରିଲରୁ ଆରମ୍ଭ ହୋଇଥିଲା ଯୁକ୍ତ ୩ ଆବେଦନ । ବିଜ୍ଞପ୍ତିରେ ସ୍ପଷ୍ଟ ହୋଇଥିଲା ଯେପର୍ଯ୍ୟନ୍ତ ଯୁକ୍ତ ୨ ରେଜଲ୍ଟ ବାହାରି ନାହିଁ ସେ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଚାଲିବ । ପ୍ରଥମ ଥର ପାଇଁ ରେଜଲ୍ଟ ବାହାରିବା ପୂର୍ବରୁ ଆବେଦନ ପ୍ରକ୍ରିୟା ଆରମ୍ଭ କରାଯାଇଛି । କାରଣ ଗତବର୍ଷ ଡିସେମ୍ବର ହୋଇଯାଇଥିଲା ଆଡ଼ମିଶନ ପ୍ରକ୍ରିୟା ଶେଷ କରିବାକୁ ।ଏଣୁ ଏଥର ଶୀଘ୍ର ନାମଲେଖା କରି ଜୁନ୍ରେ ସିଟ୍ ଆଲୋକେଶନ ସହ ଜୁଲାଇ ୧୫ରୁ ପାଠପଢ଼ା ବା କ୍ଲାସ୍ ଆରମ୍ଭ ହେବ । ତେଣୁ ଏଥର ଶୀଘ୍ର ଆବେଦନ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା ଯେଉଁଥିରେ କୌଣସି ଅସ୍ବାଭାବିକତା ନାହିଁ ।
କଲେଜ ନିର୍ବାଚନ ପାଇଁ ଚିନ୍ତା କରୁଛି ଉଚ୍ଚଶିକ୍ଷା ବିଭାଗ । ଏଣୁ ସଠିକ୍ ସମୟରେ ସବୁ ଶେଷ କରିବାକୁ ହେଲେ ପ୍ରକ୍ରିୟାକୁ ତ୍ୱରିତ କରିବାକୁ ହେବ । ଯେଉଁମାନେ ଜାଣିନାହାନ୍ତି ପ୍ରକ୍ରିୟା ସେଇମାନେ ଅଯଥା ଅଭିଯୋଗ କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।
ତେବେ ମନ୍ତ୍ରୀଙ୍କ ଏହି ସଙ୍କେତ ଏବେ କଲେଜ ନିର୍ବାଚନ ନେଇ ନୂଆ ଆଶାର କିରଣ ଜଗାଇଥଇବା ବେଳେ ଛାତ୍ର ସଂଘ ନିର୍ବାଚନର ସମ୍ଭାବ୍ୟ ପୁନରାବୃତ୍ତି ଏକ ଗୁରୁତ୍ୱପୂର୍ଣ୍ଣ ନୀତିଗତ ପରିବର୍ତ୍ତନକୁ ଚିହ୍ନିତ କରେ। କ୍ୟାମ୍ପସ ହିଂସା, ରାଜନୈତିକ ହସ୍ତକ୍ଷେପ ଏବଂ ପ୍ରଶାସନିକ ସମସ୍ୟା ଉପରେ ଚିନ୍ତା ଯୋଗୁଁ ରାଜ୍ୟ ସାରା ଅନେକ ସରକାରୀ ଏବଂ ବେସରକାରୀ କଲେଜରେ ଛାତ୍ର ସଂଘ ନିର୍ବାଚନ ସ୍ଥଗିତ ରଖାଯାଇଛି।
