Thu. Oct 23rd, 2025

ନ୍ୟୁଜ ଡେକ୍ସ : ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI) ସମସ୍ତ ଖାଦ୍ୟ ଉତ୍ପାଦକ କମ୍ପାନୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛି। ଏହାଅନୁଯାୟୀ, ବର୍ତ୍ତମାନ ରୁ କୌଣସି ଖାଦ୍ୟ ଉତ୍ପାଦରେ ‘ଓଆରଏସ’ (ORS) ଶବ୍ଦ ବ୍ୟବହାର କରିବାକୁ ଅନୁମତି ରହିବ ନାହିଁ। କେବଳ WHO ଅନୁମୋଦିତ ଉତ୍ପାଦ ମାନଙ୍କୁ ଏହି ଶବ୍ଦ ବ୍ୟବହାର କରିବାର ଅଧିକାର ରହିବ ବୋଲି FSSAI ସ୍ପଷ୍ଟ କରିଛି।

ଏହି ନୂଆ ନିର୍ଦ୍ଦେଶ ଅନୁସାରେ, ଯେଉଁ କମ୍ପାନୀ ମାନେ ତାଙ୍କ ବ୍ରାଣ୍ଡ ନାମରେ ‘ଓଆରଏସ’ ଶବ୍ଦ ଯୋଡିଛନ୍ତି, ସେମାନଙ୍କୁ ତାହା ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଆଦେଶ ପୂର୍ବରୁ ୧୪ ଜୁଲାଇ ୨୦୨୨ ଏବଂ ୨ ଫେବୃଆରୀ ୨୦୨୪ରେ ଜାରି ହୋଇଥିବା ଦୁଇଟି ଆଗରୁ ନିର୍ଦ୍ଦେଶକୁ ବାତିଲ କରାଯାଇଛି। ସେତେବେଳେ କମ୍ପାନୀମାନେ ବ୍ରାଣ୍ଡ ନାମର ଆରମ୍ଭ କିମ୍ବା ଶେଷରେ ‘ଓଆରଏସ’ ଶବ୍ଦ ଯୋଡିବାକୁ ଅନୁମତି ପାଇଥିଲେ।

କିନ୍ତୁ କିଛି ଉତ୍ପାଦ WHO ଦ୍ୱାରା ନିର୍ଦ୍ଦିଷ୍ଟ ଫର୍ମୁଲା ଅନୁସାରେ ନଥିଲେ ମଧ୍ୟ, ସେମାନେ ଓଆରଏସ ଶବ୍ଦ ବ୍ୟବହାର କରୁଥିଲେ, ଯାହା ଗ୍ରାହକଙ୍କୁ ଭ୍ରମିତ କରୁଥିଲା।FSSAI କହିଛି ଯେ, ଏପରି କାର୍ଯ୍ୟ FSSAI ଆଇନ 2006 ର ଧାରା 23 ଓ 24 ର ଉଲ୍ଲଂଘନ ଅଟେ। ଯଦି କେହି ଏହି ନିୟମ ମାନନ୍ତି ନାହିଁ, ତେବେ ସେମାନଙ୍କୁ ଧାରା 52 ଓ 53 ଅନୁଯାୟୀ ଦଣ୍ଡ ଦିଆଯିବ।

Leave a Reply

Your email address will not be published. Required fields are marked *