Thu. Feb 26th, 2026

ନ୍ୟୁଜ ଡେକ୍ସ : ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଏସ୍ଏସ୍‌ଟିଇଟି)ର ଆବେଦନ ତାରିଖକୁ ବୋର୍ଡ ପକ୍ଷରୁ ଘୁଞ୍ଚାଇ ଦିଆଯାଇଛି। ଆସନ୍ତା ଜାନୁଆରୀ ୨୦, ୨୦୨୬ରେ ଅନୁଷ୍ଠିତ ହେବାକୁ ଥିବା ଏହି ପରୀକ୍ଷା ପାଇଁ ପୂର୍ବରୁ ଆବେଦନର ଶେଷ ତାରିଖ ଗତକାଲି ଥିଲା।

କିନ୍ତୁ ଅନେକ ଇଚ୍ଛୁକ ପ୍ରାର୍ଥୀ ଧାର୍ଯ୍ୟ ସମୟ ମଧ୍ୟରେ ଆବେଦନ କରିପାରିନଥିବାରୁ ବୋର୍ଡ କର୍ତ୍ତୃପକ୍ଷଙ୍କ ନିକଟରେ ସମୟ ବୃଦ୍ଧି ପାଇଁ ନିବେଦନ କରାଯାଇଥିଲା।ଏହାକୁ ଧ୍ୟାନରେ ରଖି ବୋର୍ଡ ପକ୍ଷରୁ ଆବେଦନ ଅବଧିକୁ ଆଉ ତିନି ଦିନ ବଢ଼ାଯାଇଛି। ଏବେ ଇଚ୍ଛୁକ ପ୍ରାର୍ଥୀମାନେ ଡିସେମ୍ବର ୨୦ ପର୍ଯ୍ୟନ୍ତ ଅନଲାଇନ୍‌ରେ ଆବେଦନ କରିପାରିବେ।

ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି ଯେ, ଏହି ସମୟ ବୃଦ୍ଧି ଆବେଦନକାରୀ ପ୍ରାର୍ଥୀମାନଙ୍କୁ ଅତିରିକ୍ତ ସୁଯୋଗ ଦେବା ଉଦ୍ଦେଶ୍ୟରେ କରାଯାଇଛି। ତେଣୁ ଯେଉଁ ପ୍ରାର୍ଥୀମାନେ ଏପର୍ଯ୍ୟନ୍ତ ଆବେଦନ କରିନାହାନ୍ତି, ସେମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ ନିଶ୍ଚିତ ଭାବେ ଆବେଦନ କରିବାକୁ ବୋର୍ଡ ପକ୍ଷରୁ ଅନୁରୋଧ କରାଯାଇଛି।

Leave a Reply

Your email address will not be published. Required fields are marked *