Thu. Oct 23rd, 2025
Screenshot

ନ୍ୟୁଜ ଡେକ୍ସ : ଓଡ଼ିଆ ଅଭିନେତା ପାର୍ଥ ସାରଥୀ ରାୟ ଗିରଫ । ପାର୍ଥଙ୍କୁ ଗିରଫ କରିଛି ବଡ଼ଗଡ଼ ଥାନା ପୋଲିସ । ଜେଏମ୍ଏଫ୍ସି କୋର୍ଟଙ୍କ ନିର୍ଦ୍ଦେଶ ପରେ ଆକ୍ସନ । ଅପହରଣ , ଟଙ୍କା ମାଗିବା, ହତ୍ୟା ଉଦ୍ୟମ, ବନ୍ଧୁକ ଦେଖାଇବା, ଅଶ୍ଲୀଳ ଫଟୋ ଭାଇରାଲ କରିବା ଅଭିଯୋଗରେ ଗିରଫ କରିଛି ପୋଲିସ । ତେବେ ଅଭିନେତା ପାର୍ଥଙ୍କୁ ବିଭିନ୍ନ ସିନେମା ଏବଂ ସିରିଏଲରେ ଦର୍ଶକ ଦେଖିବାକୁ ପାଇଛନ୍ତି ।

ଓଡିଆ ସିନେମା ଫାଲଗୁନ ଚୈତ୍ର, ଡାଲଚିନି, ତ୍ରିକନ୍ୟା, ଚରିତ୍ର, ଡିୟର ପୁରୁଷ ଆଦି ସିନେମାରେ ତାଙ୍କୁ ଦେଖିବାକୁ ମିଳିଛି ।ରିପୋର୍ଟ ଅନୁଯାୟୀ, ‘ହେଲୋ ଆର୍ସି’ ପ୍ରସିଦ୍ଧ ଅଭିନେତାଙ୍କ ବିରୋଧରେ ତାଙ୍କ ଛାଡପତ୍ର ପ୍ରକ୍ରିୟା ସମ୍ପର୍କରେ ଆଇନଗତ ପ୍ରୋଟୋକଲ ପାଳନ ନକରିବା କାରଣରୁ ଏନବିଡବ୍ଲୁ ଜାରି କରାଯାଇଥିଲା। ସେ କୋର୍ଟ ସମନକୁ ଏଡାଇ ଯାଉଥିବା ଅଭିଯୋଗ ହୋଇଛି। ତାଙ୍କ ଦ୍ୱାରା ବାଧ୍ୟତାମୂଳକ ସର୍ତ୍ତାବଳୀ ଉଲ୍ଲଂଘନ କରାଯାଉଥିବାରୁ କୋର୍ଟ ପୋଲିସକୁ ଆଉ ବିଳମ୍ବ ନକରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଥାଉକି, ଅଭିନେତା ପାର୍ଥଙ୍କୁ ପୋଲିସ ଗିରଫ କରିବା ପରେ ତାଙ୍କୁ କୋର୍ଟଚାଲାଣ କରାଯାଇଛି। ତେବେ ପୂର୍ବରୁ କୋର୍ଟ ନିୟମ ଖିଲାପ କରିଥିବାରୁ ଜାରି ହୋଇଥିଲା ଜାମିନ ବିହୀନ ଗିରଫ ପରୱାନା । ଆଉ ତାଙ୍କ ଗିରଫଦାରୀ ପାଇଁ ନିର୍ଦ୍ଦେଶ ଦେଇଥିଲେ ଜେଏମଏଫସି କୋର୍ଟ । ପରେ ବଡ଼ଗଡ଼ ଥାନା ପକ୍ଷରୁ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

Screenshot

Leave a Reply

Your email address will not be published. Required fields are marked *