ନ୍ୟୁଜ ଡେକ୍ସ: ରାଜସ୍ଥାନ ଲୋକସେବା ଆୟୋଗ (RPSC)ର ନୂତନ ଅଧ୍ୟକ୍ଷ ହେଲେ ଉତ୍କଳ ରଞ୍ଜନ ସାହୁ । ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ଉତ୍କଳ । ସେ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି, ଏବଂ ସେ ଏହାକୁ ପୂର୍ଣ୍ଣ ନିଷ୍ଠାର ସହିତ ପାଳନ କରିବେ।
ସେ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି, ଏବଂ ସେ ଏହାକୁ ପୂର୍ଣ୍ଣ ନିଷ୍ଠାର ସହିତ ପାଳନ କରିବେ। ଉତ୍କଳ ରଂଜନ ସାହୁ କହିଛନ୍ତି, ‘ମୁଁ ଗତ ୩୫ବର୍ଷ ଧରି ସରକାରୀ ଚାକିରିରେ ଅଛି ଏବଂ ସର୍ବଦା ନିର୍ଦ୍ଦେଶ ପାଳନ କରିଛି। ଏବେ ମୁଁ ଏହି ନୂତନ ଦାୟିତ୍ୱ ପାଇଛି, ମୁଁ ଏହି ପଦବୀ ଅନୁସାରେ କାମ କରିବାକୁ ଯଥାସମ୍ଭବ ଚେଷ୍ଟା କରିବି।IPS ଉତ୍କଳ ରଂଜନ ସାହୁଙ୍କ ଘର ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ।
ସେ ୧୯୮୮ ବ୍ୟାଚର ଆଇପିଏସ। ତାଙ୍କୁ ୧୧ ଫେବୃଆରୀ ୨୦୨୪ରେ ରାଜସ୍ଥାନର ଡିଜିପି କରାଯାଇଥିଲା। ଉତ୍କଳ ରଂଜନ ସାହୁ ଜଣେ ସଚ୍ଚୋଟ ପୋଲିସ ଅଧିକାରୀଙ୍କ ପ୍ରତିଛବି ଅଛି।RPSC ଅଧ୍ୟକ୍ଷ ପଦବୀ ଖାଲି ହେବାର ୧୦ ମାସ ବିତିଯାଇଥିଲା। ୬୧ ବର୍ଷୀୟ ଉତ୍କଳ ରଂଜନ ସାହୁ ଏବେ ଗୋଟିଏ ବର୍ଷ ପାଇଁ ଅଧ୍ୟକ୍ଷ ରହିବେ।
