Thu. Oct 23rd, 2025

ନ୍ୟୁଜ ଡେକ୍ସ : ଜାତୀୟ ଚଳଚ୍ଚିତ୍ର ପୁରସ୍କାର ୨୦୨୫ ଘୋଷଣା ହୋଇଛି । ବିଭିନ୍ନ ବର୍ଗରେ ପୁରସ୍କାର ଘୋଷଣା କରାଯାଇଛି । ଏହି ଅବସରରେ ଓଡ଼ିଆ ସିନେ ଜଗତକୁ ମିଳିଛି ବଡ଼ ଉପହାର । ଓଲିଉଡ୍ ଇଣ୍ଡଷ୍ଟ୍ରି ପାଇଁ ଆସିଛି ଖୁସିର ଖବର । ସବ୍ୟସାଚୀ ମିଶ୍ର ଅଭିନୀତ ‘ପୁଷ୍କରା’କୁ ମିଳିଛି ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର । ୨୦୨୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ ଚଳଚ୍ଚିତ୍ର ‘ପୁଷ୍କରା’ ବହୁ ପ୍ରଶଂସା ସାଉଁଟିଥିଲା ।

ତରଙ୍ଗ ସିନେ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଏହି ଚଳଚ୍ଚିତ୍ରରେ ସବ୍ୟସାଚୀ ମିଶ୍ର ଓ ସୁପ୍ରିୟା ନାୟକ ଜୀବନ୍ତ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିଣିବାରେ ସଫଳ ହୋଇଥିଲେ । ତେବେ ଏନେଇ ‘ପୁଷ୍କରା’ ଟିମ୍‌କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ‘ପୁଷ୍କରା’ର ନିର୍ମାତା, ନିର୍ଦ୍ଦେଶକ, କଳାକାରଙ୍କୁ ଶୁଭେଚ୍ଛା ଜଣାଉଛି ।ମୌଳିକ ଓ ଉତ୍ତମ ଚଳଚ୍ଚିତ୍ର ସହ ଓଡ଼ିଆ ଫିଲ୍ମ ଜଗତ ଆଗକୁ ବଢୁ କାମନା କରୁଛି ବୋଲି ମୋହନ ମାଝୀ କହିଛନ୍ତି ।ସୂଚନାଥାଉକି, ୨୦୨୧ରେ ‘ପ୍ରତୀକ୍ଷା’ ଶ୍ରେଷ୍ଠ ଓଡିଆ ଚଳଚ୍ଚିତ୍ର ଭାବେ ଜାତୀୟ ପୁରସ୍କାର ପାଇଥିବା ବେଳେ ୨୦୨୨ରେ ‘ଦମନ’ ଶ୍ରେଷ୍ଠ ଓଡିଆ ଚଳଚ୍ଚିତ୍ର ଭାବେ ଜାତୀୟ ପୁରସ୍କାର ପାଇଥିଲା ।

ଏହି ଫିଲ୍ମରେ ଅଭିନେତା ସବ୍ୟସାଚୀ ମିଶ୍ର, ଅଭିନେତ୍ରୀ ସୁପ୍ରିୟା ନାୟକ, ବିକାଶ ଚୌଧୁରୀ, ସ୍ବର୍ଗତ ଅଭିନେତା ପିଣ୍ଟୁ ନନ୍ଦ, ତ୍ରିଭୁବନ ପଣ୍ଡାଙ୍କ ସମେତ ଅନେକ କଳାକାର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏହି ଫିଲ୍ମ ଲୋକଙ୍କ ମନ ଜିତିବା ସହ ପ୍ରଶଂସା ସାଉଁଟିଥିଲା । ବର୍ତ୍ତମାନ ଏହି ଫିଲ୍ମ ୭୧ତମ ଜାତୀୟ ଫିଲ୍ମ ପୁରସ୍କାର ପାଇବାକୁ ଯାଉଛି ।ସୂଚନାଥାଉକି, ୨୦୨୧ରେ ‘ପ୍ରତୀକ୍ଷା’ ଶ୍ରେଷ୍ଠ ଓଡିଆ ଚଳଚ୍ଚିତ୍ର ଭାବେ ଜାତୀୟ ପୁରସ୍କାର ପାଇଥିବା ବେଳେ ୨୦୨୨ରେ ‘ଦମନ’ ଶ୍ରେଷ୍ଠ ଓଡିଆ ଚଳଚ୍ଚିତ୍ର ଭାବେ ଜାତୀୟ ପୁରସ୍କାର ପାଇଥିଲା ।

Leave a Reply

Your email address will not be published. Required fields are marked *