Sat. Feb 21st, 2026

ନ୍ୟୁଜ ଡେକ୍ସ: ପୁଣି ଓଡିଶାକୁ ଫେରିଛି କରୋନା । ୩ ବର୍ଷର ବ୍ୟବଧାନ ପରେ ଓଡ଼ିଶାକୁ କରୋନା ଫେରିଛି । ଓଡିଶାରେ ଚିହ୍ନଟ ହୋଇଛନ୍ତି ପ୍ରଥମ କରୋନା ଆକ୍ରାନ୍ତ । ଆକ୍ରାନ୍ତ ଜଣଙ୍କ ରାଜଧାନୀ ଭୁବନେଶ୍ୱରର ବୋଲି ଜଣାଯାଇଛି। ନିକଟରେ ସେ ଦିଲ୍ଲୀରୁ ଫେରିଥିଲେ।

ଆକ୍ରାନ୍ତ ଜଣଙ୍କ ପୁରୁଷ ଥିବା ବେଳେ ଏବେ ସେ ହୋମ୍ କ୍ୱାରେଣ୍ଟାଇନରେ ଥିବା ସୂଚନା ମିଳିଛି । ଓଡିଶାକୁ କରୋନାର ନୂଆ ମାମଲା ସାମନାକୁ ଆସିବା ପରେ ରାଜ୍ୟବାସୀଙ୍କ ମଧ୍ୟରେ ଛନକା ପଶିଛି ।ଏହି ପ୍ରରିପେକ୍ଷୀରେ କୋଭିଡ ସ୍ଥିତିକୁ ନେଇ ଉଦବେଗ ହେବା ଆବଶ୍ୟକ ନୁହେଁ ବୋଲି କହିଛନ୍ତି ସ୍ବାସ୍ଥ୍ୟ ସଚିବ ଅଶ୍ବଥି ଏସ୍ । ସେ ରାଜ୍ୟବାସୀଙ୍କୁ ଆଶ୍ବାସନା ଦେଇ ଆହୁରି କହିଛନ୍ତି ଯେ, ବ୍ୟସ୍ତ ହେବାର କିମ୍ବା ଚିନ୍ତା କରିବାର କୌଣସି କାରଣ ନାହିଁ ।

ସ୍ବାସ୍ଥ୍ୟ ବିଭାଗ ମନିଟରିଂ କରୁଛି, ଆଲର୍ଟ ରହିଛି । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ କୌଣସି ନିର୍ଦ୍ଦେଶାବଳି ଆସିନି । ନୂଆ ଗାଇଡଲାଇନ ପାଇଁ ଭାରତ ସରକାରଙ୍କ କୌଣସି ଗାଇଡ୍ ଲାଇନ୍ ଆସିନାହିଁ । ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଆସିଛି ନଜର ରଖିବାକୁ । ସ୍ଵାସ୍ଥ୍ୟ ବିଭାଗ ସଜାଗ ଅଛି ବୋଲି ସ୍ବାସ୍ଥ୍ୟ ସଚିବ କହିଛନ୍ତି ।

Leave a Reply

Your email address will not be published. Required fields are marked *