Sun. Feb 22nd, 2026

ନ୍ୟୁଜ ଡେକ୍ସ : ଓଡ଼ିଆରେ ବାଧ୍ୟତାମୂଳକ ହେଲା ନାମ ଫଳକ। ଯେକୌଣସି ଛୋଟ ହେଉ କି ବଡ଼ ସମସ୍ତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନରେ ଓଡ଼ିଆରେ ନେମ୍ ପ୍ଲେଟ୍ ବାଧ୍ୟତାମୂଳକ କଲେ ସରକାର।ଯେଉଁଥିରେ ପୌର ନିଗମ, ପୌରପାଳିକା ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧୀନରେ ଥିବା ସମସ୍ତ ଦୋକାନ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନର ସାଇନବୋର୍ଡରେ ଓଡ଼ିଆ ଲିପି ବ୍ୟବହାର କରିବାକୁ ବାଧ୍ୟତାମୂଳକ କରାଯାଇଛି।

ବିଶେଷକରି ଯେଉଁମାନେ ଅନ୍ୟ ଭାଷା କିମ୍ବା ଲିପି ସହିତ ଅପରିଚିତ, ସେମାନଙ୍କ ପାଇଁ ସାଇନେଜ୍ ଅଧିକ ସୁଗମ କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଏକ ବିଜ୍ଞପ୍ତିରେ କୁହାଯାଇଛି। ବାଣିଜ୍ୟ ଲାଇସେନ୍ସ ନବୀକରଣ ଏବଂ ଯାଞ୍ଚ ବେଳେ ସେପ୍ଟେମ୍ବର ୩୦ ସୁଦ୍ଧା ଅନୁପାଳନ ମାନିବାକୁ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। “ଏପରିକି ସାଇନେଜ୍ ସଂଶୋଧନ କରିବା ପାଇଁ ୫୫ ଦିନ ସମୟ ଦିଆଯିବ।

ନିୟମ ନ ମାନିଲେ ୫୦୦ ଟଙ୍କା ଜରିମାନା ଲାଗୁ କରାଯିବ ବୋଲି ଏଥିରେ ଆହୁରି ଉଲ୍ଲେଖ କରାଯାଇଛି।କେବଳ ସେତିକି ନୁହେଁ ସରକାର ୫୫ ଦିନର ସମୟ ସୀମା ଦେଇଛନ୍ତି। ଆଉ ୫୫ ଦିନ ମଧ୍ୟରେ ନେମ୍ ପ୍ଲେଟ୍ ଓଡ଼ିଆରେ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଉ ଯଦି ଏହି ୫୫ ଦିନ ପାର କରିଗଲା ତାହାଲେ ୫୬ ଦିନ ପାଖରୁ ଆପଣଙ୍କୁ ଦିନକୁ ୫୦୦ ଟଙ୍କା ଲେଖାଏଁ ଜରିମାନା ଦେବାକୁ ପଡ଼ିବ।

Leave a Reply

Your email address will not be published. Required fields are marked *