Thu. Oct 23rd, 2025

ନ୍ୟୁଜ ଡେକ୍ସ: ରାଜ୍ୟରେ ଥରାଉଛି ଜାଡ । ରାତି ତାପମାତ୍ରା କମୁଛି । କାଲୁଆ ଶୀତରେ ଥରୁଛି ଓଡିଶା । ଏଥିସହିତ ସକାଳୁ ସକାଳୁ କୁହୁଡିର ପରସ୍ତ ଜନଜୀବନଙ୍କୁ ଅସ୍ତବ୍ୟସ୍ତ କରି ରଖିଛି । ଆହୁରି ଦୁଇଦିନ ଏମିତି ଶୀତ ଥରାଇବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ କନ୍ଧମାଳ, କୋରାପୁଟ(Koraput), କଟକ, ‌ଖୋର୍ଦ୍ଧା, ଅନୁଗୁଳ, କେନ୍ଦୁଝର, ଢେଙ୍କାନାଳ(Dhenkanal), ନୟାଗଡ଼ ଓ ସୁନ୍ଦରଗଡ଼ ଏଭଳି ୯ ଜିଲ୍ଲାର କିଛି ସ୍ଥାନରେ ଘନ କୁହୁଡି ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲାରେ ୫୦ ମିଟର ତଳକୁ ଦୃଶ୍ୟମାନ୍ୟତା ହ୍ରାସ ପାଇବ।। କିଛି ସ୍ଥାନରେ ଜିରୋ ଭିଜିବିଲିଟି ଅବସ୍ଥା ସୃଷ୍ଟି ହେବାର ମଧ୍ୟ ସମ୍ଭାବନା ରହିଛି।

ଏ ନେଇ ଏହି ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।ଏଥିପାଇଁ ରାତି ୨ଟାରୁ ସକାଳ ୧୦ ଟା ମଧ୍ୟରେ ଘାଟି ରାସ୍ତା ଏବଂ ଦୁର୍ଘଟଣା ପ୍ରବଣ ଜୋନ୍ ଉପରେ ସ୍ବତନ୍ତ୍ର ସତର୍କତା ବଜାୟ ରଖିବା ପାଇଁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *