ନ୍ୟୁଜ ଡେକ୍ସ: ରାଜ୍ୟରେ ଲାଗି ରହିଛି ଶୀତ। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାତିର ତାପମାତ୍ରାରେ କୌଣସି ପରିବର୍ତ୍ତନ ନଥିଲେ ମଧ୍ୟ ରାଜ୍ୟରେ ଜାରି ରହିବ ଶୀତ। ଓଡ଼ିଶାରେ କୁହୁଡ଼ୁ ହେବା ନେଇ ଆଲର୍ଟ ଜାରି କରାଯାଇଛି।
ଆସନ୍ତା ୨୪ ଘଣ୍ଟା ପାଇଁ ଘନ କୁହୁଡ଼ି ହେବା ନେଇ ୪ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ବିଭାଗ। ଆସନ୍ତା ଦୁଇ ଦିନ କୁହୁଡ଼ି ପ୍ରଭାବ ରହିବ । ୧୯ ତାରିଖରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ଼, କେନ୍ଦୁଝର ଓ ଝାରସୁଗୁଡ଼ାରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ଦେଖା ଦେଇପାରେ ।
୨୦ ତାରିଖରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ଼, କେନ୍ଦୁଝର ଓ ଝାରସୁଗୁଡ଼ାରେ ବି କୁହୁଡ଼ି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଏହା ଛଡ଼ା ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ଼, କେନ୍ଦୁଝର, ଝାରସୁଗୁଡ଼ାର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଯିବା ନେଇ ଆଲର୍ଟ ଜାରି କରାଯାଇଛି।
