ନ୍ୟୁଜ ଡେକ୍ସ: ଖାଉଟିଙ୍କୁ ମିଳିବ ଆଶ୍ୱସ୍ତି। ରାଜ୍ୟରେ ଦୂର ହେବ ଆଳୁ ସଂକଟ । ୟୁପି ଓ ପଶ୍ଚିମବଙ୍ଗରୁ ଆସିଲା ଆଳୁ ଟ୍ରକ୍। କମିପାରେ ଦର । ବର୍ତ୍ତମାନ ଗୋଦାମ ଗୁଡିକରେ ଆଳୁ ଅନଲୋଡ ହେଉଛି। ସରକାର ଦ୍ଵାରା କେତେ ଆଳୁ ଟ୍ରକ୍ ଆସିଛି ଜଣାପଡ଼ିନାହିଁ।
କିନ୍ତୁ ଓଡ଼ିଶା ବ୍ୟବସାୟୀ ମହାସଂଘ ମହାସଚିବ ସୁଧାକର ପଣ୍ଡାଙ୍କ ସୂଚନା ଅନୁଯାୟୀ ୬୦-୭୦ ଟ୍ରକ ଆଳୁ ରାଜ୍ୟକୁ ଆସିଥିବା ଜଣାପଡିଛି। ଅନ୍ୟପଟେ ୫ଦିନ ତଳେ ଆଳୁ କିଲୋ ୩୦ ଟଙ୍କା ଥିବା ବେଳେ ଏବେ ରହିଛି ୬୦ ଟଙ୍କା। ସପ୍ତାହକରେ ୩୦ ଟଙ୍କା ବଢିଲା ଆଳୁ ଦର । ଫଳରେ ରୋଷେଇ ଘରେ ଆଳୁ ଚିନ୍ତା ଘାରିଛି। ଆଗକୁ ଆହୁରି ଦର ବଢିବା ସମ୍ଭାବନାରେ ଚିନ୍ତାରେ ଖାଉଟି ।
ଖୁଚୁରା ବ୍ୟବସାୟୀଙ୍କ କହିବା ଅନୁୟାୟୀ, ଆଳୁ ଯୋଗାଣ କମିଥିବାବେଳେ ଏବେ ବସ୍ତାରେ ବି କମ୍ ଆଳୁ ଯୋଗାଣ ହେଉଛି । ପୂର୍ବରୁ ବସ୍ତାରେ ୫୦କେଜି ଆଳୁ ରହୁଥିବାବେଳେ ଏବେ ୪୨ କେଜି ଆଳୁ ଆସୁଛି। ପଶ୍ଚିମବଙ୍ଗ ସରକାର ଆଳୁ ଗାଡି ଅଟକାଇବା ପରେ ଏବେ ଓଡ଼ିଶା ସରକାରଙ୍କୁ ଆଳୁ ଚିନ୍ତା ଘାରିଛି ।