ନ୍ୟୁଜ ଡେକ୍ସ: ବିପଦରେ ଜଙ୍ଗଲ । ଓଡ଼ିଶାରେ ପ୍ରତିବର୍ଷ ବଢିଚାଲିଛି ଜଙ୍ଗଲ ନିଆଁ । ଗତ ତିନି ମାସରେ ଜଳିଲାଣି ୩ ହଜାର ହେକ୍ଟର ଜଙ୍ଗଲ । ବିଧାନସଭାରେ ଏପରି କିଛି ସାଂଘାତିକ ତଥ୍ୟ ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ । ବିଧାନସଭାରେ ବିଜେଡ଼ି ବିଧାୟକ ରମେଶ ବେହେରା ଜଙ୍ଗଲ ପ୍ରସଙ୍ଗରେ ଲିଖିତ ପ୍ରଶ୍ନ ପଚାରିଥିଲେ ।
ଉତ୍ତର ରଖି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି, ୨୦୨୧ରେ ୨୮ ହଜାର ୫୬୯ ହେକ୍ଟର ଜଙ୍ଗଲ ଜଳି ପାଉଁଶ ହୋଇଥିବା ବେଳେ ୨୦୨୨ରେ ୮ ହଜାର ୪୩୮ ହେକ୍ଟର ଜଙ୍ଗଲ ଜଳିଯାଇଛି । ସେହିପରି ୨୦୨୩ରେ ୯ ହଜାର ୭୧୧ ହେକ୍ଟର ଜଙ୍ଗଲ ଜଳିଛି। ଗତ ଚାରି ବର୍ଷରେ ସର୍ବ ମୋଟ ୫୩ ହଜାର ୮୨୦ ହେକ୍ଟର ଜଙ୍ଗଲ ଜଳି ପାଉଁଶ ହୋଇ ଯାଇଛି।
ନିଆଁ ଦାଉରୁ କିପରି ଜଙ୍ଗଲକୁ ରଖାକରାଯିବ । ସେନେଇ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯିବ । ତେବେ ଗତ ଚାରି ବର୍ଷ ମଧ୍ୟରେ ସର୍ବମୋଟ ୫୩ ହଜାର ୮୨୦ ହେକ୍ଟର ଜଙ୍ଗଲ ଜଳି ପୋଡ଼ି ନଷ୍ଟ ହୋଇଯାଇଛି । ନିଆଁ ଦାଉରୁ କିପରି ଜଙ୍ଗଲକୁ ରଖାକରାଯିବ । ସେନେଇ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯିବ ।
