Mon. Dec 23rd, 2024

ନ୍ୟୁଜ ଡେକ୍ସ: ପାହାଡ଼ ଉପରେ କରାଯାଉଥିଲା ଗଞ୍ଜେଇ ଚାଷ। ପୁଲିସ ଓ ଅବକାରୀ ଟିମ୍ ଚଢ଼ାଉ କରି ୮ କୋଟି ଟଙ୍କାର ଗଞ୍ଜେଇ ପୋଡ଼ି ନଷ୍ଟ କରିଛନ୍ତି। ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ପେଂଗାମ ଗାଁରେ ଏହି ଘଟଣା ଘଟିଛି। ଚଳିତ ବର୍ଷର ଡିସେମ୍ବର ମାସ ହୋଇଗଲାଣି।

ଗଜପତି, ମାଲକାନଗିରି, କନ୍ଧମାଳ, ବୌଦ୍ଧ, ରାୟଗଡ଼ା,ଗଞ୍ଜାମ, କୋରାପୁଟ, ନବରଙ୍ଗପୁର, ମୟୁରଭଞ୍ଜ ଆଦି ଜିଲ୍ଲାରେ ମାଫିଆଙ୍କ ଦ୍ୱାରା ହୋଇଥିବା ଗଞ୍ଜେଇ ଚାଷର ଅମଳ ସମୟ ଏବେ। ମାଫିଆଙ୍କ ଟିମ୍ ଏବେ ରାଜ୍ୟ ବାହାରର ବେପାରୀଙ୍କୁ ମାସେ ପରେ ନୂଆ ଅମଳ ଗଞ୍ଜେଇ ଟିକେ କମ୍ ଦରରେ ଯୋଗାଇ ଦେବା ଲୋଭ ଦେଖାଇ ଅଗ୍ରୀମ ସଂଗ୍ରହ କରିବାରେ ବ୍ୟସ୍ତ।

ଏଭଳି ସମୟରେ ଅବକାରୀ ବିଭାଗ ଦଳବଳ ଧରି ଆରମ୍ଭ କରି ଗଞ୍ଜେଇ ଗଛ କାଟ୍ ଏବଂ ପୋଡ଼ା ଅଭିଯାନ । ଅଡବା ଓ ଆର.ଉଦୟଗିରି ଥାନା ଅଂଚଳରେ ଗଞ୍ଜେଇ ଚାଷ ମୂଳୋତ୍ପାଟନ ପରେ ଏବେ ପୁଣି ମୋହନା ଥାନା ଅଂଚଳରେ ଆରମ୍ଭ ହୋଇଛି ଏହି ଗ୍ରୀନ କ୍ଲିନ ଅଭିଯାନ। ଅଭିଯାନ ଆଗକୁ ଚାଲୁ ରହିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *