ନ୍ୟୁଜ ଡେକ୍ସ : ଆଜି ଲୋକସେବା ଭବନରେ କେନ୍ଦ୍ର ସମବାୟ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମୁରଲୀଧର ମୋହୋଲ୍ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସମବାୟ ରାଷ୍ଟ୍ରମନ୍ତ୍ରୀଙ୍କ ସହିତ ଓଡିଶାରେ ସମବାୟ କ୍ଷେତ୍ରର ଅଭିବୃଦ୍ଧି ବିଷୟରେ ଆଲୋଚନା କରିଛନ୍ତି।
ଏହି ବୈଠକରେ ରାଜ୍ୟରେ ସମବାୟ କ୍ଷେତ୍ରର ଅଗ୍ରଗତି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋଚନା ହୋଇଥିଲା।ଏହି ବୈଠକରେ ରାଜ୍ୟରେ ସମବାୟ କ୍ଷେତ୍ରର ଅଗ୍ରଗତି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋଚନା ହୋଇଥିଲା। ଏଥି ସହିତ ସମବାୟ କ୍ଷେତ୍ରରେ ହାସଲ କରାଯାଇଥିବା ସଫଳତା ଗୁଡିକ ମଧ୍ୟ କେନ୍ଦ୍ର ମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା।
ବୈଠକରେ ମୁଖ୍ୟମନ୍ତ୍ରୀ ପ୍ୟାକ୍ସର ୠଣ ପରିଶୋଧ ସମୟସୀମାକୁ ୫ ବର୍ଷରୁ ୧୦ ବର୍ଷକୁ ବୃଦ୍ଧି କରିବା, ବଡମ୍ବା ଏବଂ ବଲାଙ୍ଗୀରର ଚିନିକଳକୁ କାର୍ଯ୍ୟକ୍ଷମ କରିବା, ଗୋପାଳପୁର ଠାରେ ଜାତୀୟ ତ୍ରିଭୁବନ ସମବାୟ ବିଶ୍ୱ ବିଦ୍ୟାଳୟର ଏକ ସାଟେଲାଇଟ୍ ସେଣ୍ଟର ପ୍ରତିଷ୍ଠା, ପ୍ରତି ଜିଲ୍ଲା ତଥା ସବ୍ଡିଭିଜନରେ ଶୀତଳ ଭଣ୍ଡାର ଏବଂ ପଣ୍ୟାଗାର ସ୍ଥାପନ, କୃଷକ ଉତ୍ପାଦକ ସଂଗଠନ (FPO) ବୃଦ୍ଧି କରିବା, ସମସ୍ତ ନୂତନ ପ୍ରାଥମିକ କୃଷି ସମବାୟ ସମିତି ଗୁଡିକ ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବା ଆଦି ବିଷୟରେ ସମବାୟ ରାଷ୍ଟ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି କେନ୍ଦ୍ର ସରକାରଙ୍କ ସହଯୋଗ ଓ ସମର୍ଥନ କାମନା କରିଥିଲେ।
