Thu. Oct 23rd, 2025

ନ୍ୟୁଜ ଡେକ୍ସ : କେନ୍ଦ୍ର କ୍ୟାବିନେଟ୍ରେ ମଙ୍ଗଳବାର ତିନି ବଡ଼ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ୧୮,୫୪୧ କୋଟି ଟଙ୍କା ଯୋଜନାକୁ ମଞ୍ଜୁରି ମିଳିଛି । ଦେଶରେ ଚାରୋଟି ନୂଆ ସେମିକଣ୍ଡକ୍ଟର ପରିଯୋଜନାକୁ ମଞ୍ଜୁରି ଦିଆଯାଇଛି । ଏହି ଯୋଜନା ବାବଦରେ ପ୍ରାୟ ୪୫୯୪ କୋଟି ଟଙ୍କା ଖର୍ଚ୍ଚ କରାଯିବ ।

ଓଡ଼ିଶାରେ ପ୍ରତିଷ୍ଠା ହେବ ୨ଟି ସେମିକଣ୍ଡକ୍ଟର ମ୍ୟାନୁଫାକ୍‌ଚରିଂ ୟୁନିଟ୍‌। ଭୁବନେଶ୍ବରରେ ହେବ ସିଲିକନ୍‌ କାର୍ବାଇଟ୍‌ ସେମିକଣ୍ଡକ୍ଟର ୟୁନିଟ୍‌। ଥ୍ରି ଡି ଗ୍ଲାସ୍‌ ସେମିକଣ୍ଡକ୍ଟର ୟୁନିଟ୍‌ ମଧ୍ୟ ଭୁବନେଶ୍ବରରେ ପ୍ରତିଷ୍ଠା ହେବ। ସେମିକଣ୍ଡକଟର ଓ ଥ୍ରୀଡି ଗ୍ଲାସ ମାନ୍ୟୁଫାକଚ୍ୟୁରିଂ ୟୁନିଟକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ।ଓଡ଼ିଶା, ପଞ୍ଜାବ ଓ ଆନ୍ଧ୍ର ପ୍ରଦେଶରେ ପ୍ଲାଣ୍ଟ ସ୍ଥାପନ କରାଯିବ । SiCSem ଓ 3D ଗ୍ଲାସ୍ ସଲ୍ୟୁସନ୍ ଇଙ୍କ୍ ଓଡ଼ିଶାରେ ସ୍ଥାପନା କରାଯିବ ।

ସେହିପରି CDIL ପଞ୍ଜାବ ଓ ASIP ଆନ୍ଧ୍ର ପ୍ରଦେଶରେ ସ୍ଥାପନ କରାଯିବ । ଏହି ଯୋଜନାରେ ୨୦୩୪ ଜଣ କୁଶଳୀଙ୍କୁ ନିଯୁକ୍ତି ମିଳିବ । ଏହା ବ୍ୟତୀତ ପରୋକ୍ଷରେ ବି ଅନେକ ନିଯୁକ୍ତି ସୃଷ୍ଟି ହେବ । ଦେଶରେ ଆଇଏସଏମ୍ ଅଧିନରେ ବର୍ତ୍ତମାନ ସୁଦ୍ଧା ମୋଟ ୧୦ଟି ପରିଯୋଜନା ରହିଛି । ପୂର୍ବ ପ୍ରକଳ୍ପ ଅଧିନରେ ୬ ରାଜ୍ୟରେ ପ୍ରାୟ ୧.୬୦ ଲକ୍ଷ କୋଟି ଟଙ୍କାର ନିବେଶ କରାଯାଇଛି ।

Leave a Reply

Your email address will not be published. Required fields are marked *