Thu. Oct 23rd, 2025

ନ୍ୟୁଜ ଡେକ୍ସ : ରାଜଧାନୀ ଭୁବନେଶ୍ୱରକୁ ବିଶ୍ବସ୍ତରୀୟ କରିବାକୁ ସରକାରଙ୍କ ବଡ଼ ଯୋଜନା। । ଭୁବନେଶ୍ବର, ପୁରୀ, କଟକ, ଓ ପାରାଦୀପକୁ ମିଶାଇ ହେବ ଗୋଟିଏ ଜୋନ୍ ହେବ। ରାଜ୍ୟରେ ୩ ଅର୍ଥନୈତିକ ଜୋନ୍ କରିବାକୁ ସ୍ବତନ୍ତ୍ର ପ୍ଲାନ ରଖିଛନ୍ତି ସରକାର।

ଏନେଇ ପରିବହନ ସଚିବ ଉଷା ପାଢ଼ୀ ସୂଚନା ଦେଇଛନ୍ତି । ସେହିପରି, ସୁନାବେଡ଼ା, କୋରାପୁଟ୍, ବରଗଡ଼, ସମ୍ବଲପୁରକୁ ନେଇ ହେବ ଅନ୍ୟ ଏକ ଜୋନ୍ । ଉତ୍ତରରେ ବି ରାଉରକେଲା, କେନ୍ଦୁଝର, ବଡ଼ବିଲକୁ ନେଇ ହେବ ତୃତୀୟ ଜୋନ୍ ।

ରାଜ୍ୟର ଜିଡିପିରେ ପ୍ରମୁଖ ଦାୟିତ୍ବ ନେଇଥିବା ସହରମାନଙ୍କୁ ନେଇ ହେବ ଜୋନ୍ । କେବଳ ସହରାଞ୍ଚଳ ନୁହେଁ, ଅର୍ଥନୈତିକ କାରବାର ବୃଦ୍ଧି କରିବା ନେଇ ସରକାର ଲକ୍ଷ୍ୟ ରଖିଥିବା ପରିବହନ ସଚିବ ଉଷା ପାଢ଼ୀ କହିଛନ୍ତି ।

Leave a Reply

Your email address will not be published. Required fields are marked *