Thu. Oct 23rd, 2025

ନ୍ୟୁଜ ଡେକ୍ସ: ଭାରତୀୟ ପୁରାତତ୍ତ୍ୱ ସର୍ବେକ୍ଷଣ (ଏଏସଆଇ) ଖୋର୍ଦ୍ଧା ଜିଲ୍ଲାର ବାଣପୁର ବ୍ଲକ ଅନ୍ତର୍ଗତ ପୁଞ୍ଜିଆମା ଗ୍ରାମରେ ଅବସ୍ଥିତ ୬ଷ୍ଠ ଶତାବ୍ଦୀରେ ନିର୍ମିତ ସ୍ୱପ୍ନେଶ୍ୱର ମହାଦେବ ମନ୍ଦିରକୁ ସୁରକ୍ଷିତ ସ୍ମାରକୀ ଭାବେ ଘୋଷଣା କରିଛି। ଏହି ଶିବ ମନ୍ଦିରଟି ଓଡ଼ିଶାର ପୁରାତନ ସ୍ଥାପତ୍ୟ ଓ ଆଧ୍ୟାତ୍ମିକ ଐତିହ୍ୟର ଏକ ବିରଳ ନିଦର୍ଶନ ବୋଲି ବିବେଚନା କରାଯାଏ।

ସୂଚନାଯୋଗ୍ୟ, ଶୈଳୋଭବଙ୍କ ସାମ୍ରାଜ୍ୟ ଅର୍ଥାତ ଷଷ୍ଠ ଶତାବ୍ଦୀ ସମୟରେ ବର୍ତ୍ତମାନର ବାଣପୁର ବ୍ଲକର ନୀଳାଦ୍ରିପ୍ରସାଦ ପଞ୍ଚାୟତର ପୁଞ୍ଜିଆମା ଗ୍ରାମରେ ଏହି ସ୍ଵପ୍ନେଶ୍ଵର ମହାଦେବ ପ୍ରତିଷ୍ଠା ହୋଇଥିଲା। ପୁରାତନ କୀର୍ତ୍ତିରାଜିରେ ଭରପୁର ତଥା ଐତିହ୍ୟ ସମ୍ପର୍ଣ୍ଣ ଏହି ମନ୍ଦିରର ସୁରକ୍ଷା ପାଇଁ ୧୯୭୭-୭୮ ମସିହାରେ ସେତେବେଳର ସଂସ୍କୃତି ମନ୍ତ୍ରୀ ବିଶ୍ଵଭୂଷଣ ହରିଚନ୍ଦନ ଆଗେଇ ଆସିବା ସହ ରାଜ୍ୟ ପ୍ରତ୍ନତତ୍ତ୍ୱକୁ ଦାୟିତ୍ୱ ଦେଇଥିଲେ। ତେବେ ପରବର୍ତ୍ତୀ ସମୟରେ ଏହା ଅବହେଳିତ ଅବସ୍ଥାକୁ ଆସିଯାଇଥିଲା।

ପରେ ଭାରତୀୟ ପ୍ରତ୍ନତାତ୍ୱିକ ସର୍ଭେକ୍ଷଣ (ଏଏସଆଇ) ଏହାର ଦାୟିତ୍ୱ ବହନ କରିବା ପ୍ରକ୍ରିୟା ଆରମ୍ଭ କରିଥିଲେ। ୨୦୨୪ରେ ରାଜ୍ୟରେ ଡବଲ ଇଂଜିନ ସରକାର ଗଠନ ହେବାପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମ ଓ ପ୍ରଚେଷ୍ଠାରେ ଏହି କାର୍ଯ୍ୟ ଆହୁରି ଦ୍ରୁତତର ହୋଇଥିଲା। ଫଳରେ ଭାରତ ସରକାରଙ୍କ ପ୍ରତ୍ନତାତ୍ୱିକ ସର୍ଭେକ୍ଷଣ (ଏଏସଆଇ) ଏହି ଐତିହ୍ୟ ସ୍ଥଳୀକୁ ନିକଟରେ ସଂରକ୍ଷିତ ସ୍ମାରକୀ ଭାବେ ଘୋଷଣା କରିଛି।

Leave a Reply

Your email address will not be published. Required fields are marked *