Thu. Oct 23rd, 2025

ନ୍ୟୁଜ ଡେକ୍ସ: ରାଜ୍ୟର ୧୦ଟି ଜନବସତି ବିହୀନ ଦ୍ୱୀପରେ ଉଡ଼ିଛି ଜାତୀୟ ପତାକା । ସ୍ୱାଧୀନତା ପରେ ଭାରତ ଇତିହାସରେ ଏହା ପ୍ରଥମ ଘଟଣା । ଗତ ନଭେମ୍ବର ମାସରେ ଆୟୋଜିତ ସର୍ବଭାରତୀୟ ଆରକ୍ଷୀ ମହାନିର୍ଦ୍ଦେଶକ (ଡିଜି-ଆଇଜି) ସମ୍ମିଳନୀରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଭଳି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଏହି କ୍ରମରେ ସାଧାରଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଓଡ଼ିଶାର ୧୦ଟି ଉପକୂଳ ଦ୍ୱୀପକୁ ଚିହ୍ନଟ କରାଯାଇ ସେଠାରେ ଜାତୀୟ ପତାକା ଉତ୍ତୋଳନ କରାଯାଇଛି । ବାଲେଶ୍ବରର ସୁବର୍ଣ୍ଣ ଦ୍ବୀପ, ଭଦ୍ରକର ନୟାଟାପୁର, ଉଡ଼ାବାଲି, କନିକା ଦ୍ବୀପ, ଲଙ୍ଗ ହୁଇଲର ଦ୍ବୀପ, ସର୍ଟ ଆଇଲାଣ୍ଡ ଓ ସ୍ମଲ ହୁଇଲର ଦ୍ବୀପରେ ଉଡ଼ିଛି ତ୍ରିରଙ୍ଗା । ସେହିପରି ଜଗତସିଂହପୁରର ବୋଇତରକୁଦ, ଜଟାଧାରୀ ତଣ୍ଡା, ବରକୁଦରେ ଉଡିଛି ତ୍ରିରଙ୍ଗା । ସେପଟେ ଚଳିତବର୍ଷ ପରେଡ୍‌ରେ ଆର୍ମି, ବିଏସ୍‌ଏଫ୍ ଓ ପୋଲିସ ସାମିଲ ହୋଇଛନ୍ତି । ଭୁବନେଶ୍ବରରେ ମୋଟ ୪୮-୪୯ କଣ୍ଟିଜେଣ୍ଟ ପରେଡ୍‌ରେ ସାମିଲ ହୋଇଛନ୍ତି । ସୁରକ୍ଷା ବ୍ୟବସ୍ଥା ଉପରେ ପୁରା ନଜର ରଖାଯାଇଛି । ସବୁ ପୋଲିସ ଅଧୀକ୍ଷକଙ୍କୁ ଆଲର୍ଟ କରାଯାଇଛି ।

ତେବେ ଚଳିତ ଥର ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡ଼ର ନେତୃତ୍ୱ ନେଇଛନ୍ତି ଯୁବ ଆଇପିଏସ୍‌ ଭୋସଲେ ଶୁଭମ ସଞ୍ଜୟ। ସେ ଏବେ ସମ୍ବଲପୁର ଅତିରିକ୍ତ ଏସ୍‌ପି ଭାବେ କାର୍ଯ୍ୟ ତୁଲାଉଛନ୍ତି । ଏଥର ପରେଡ଼୍‌ରେ ସିଆରପିଏଫ୍, ୧୨୦ ବାଟାଲିୟନ, ଆଇଟିବିପି, ଏଏସବିଏନ୍, ଅଗ୍ନିଶମ, ଏସଓଜି ସମେତ ୪୫ଟି ଟ୍ରୁପ୍ ଭାଗ ନେଇଛନ୍ତି । ଚଳିତବର୍ଷ ପରେଡରେ ୫୦ରୁ ଅଧିକ ଟ୍ରୁପ୍ ସାମିଲ ହୋଇଛନ୍ତି । ପରେଡ୍‌ ଅଞ୍ଚଳରେ ୧୪ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବା ସହ ସିସିଟିଭି ଲଗାଯାଇଛି ।

Leave a Reply

Your email address will not be published. Required fields are marked *