Thu. Oct 23rd, 2025

ନ୍ୟୁଜ ଡେକ୍ସ : ଓଡ଼ିଶା ପାଇଁ ଗର୍ବ ଓ ଗୌରବର କଥା । ବର୍ତ୍ତମାନ ପ୍ରକାଶ ପାଇଛି ଜାତୀୟ ଶିକ୍ଷକ ସମ୍ମାନ ୨୦୨୫ର ତାଲିକା । ଏହି ତାଲିକାରେ ଅଛନ୍ତି ୨ଜଣ ଓଡ଼ିଆ ଶିକ୍ଷକ । ଅର୍ଥାତ ଜାତୀୟ ଶିକ୍ଷକ ସମ୍ମାନ ପାଇବେ ୨ ଜଣ ଓଡ଼ିଆ ଶିକ୍ଷକ ।ଶିକ୍ଷକ ଦ୍ବୟ ହେଉଛନ୍ତି ବସନ୍ତ କୁମାର ରାଣା ଏବଂ ତରୁଣ କୁମାର ଦାଶ।

ବସନ୍ତ ମାଲକାନଗିରି ଜିଲ୍ଲାର କୋରକୁଣ୍ଡା ବ୍ଲକ ଅନ୍ତର୍ଗତ କୋଣ୍ଡେଲର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷକ। ତାଙ୍କର ଅଭିନବ ଶିକ୍ଷାଦାନ ପଦ୍ଧତି ପାଇଁ ସେ ବହୁଳ ଭାବରେ ସ୍ୱୀକୃତିପ୍ରାପ୍ତ।ସେହିପରି ତରୁଣ କୋରାପୁଟର ପ୍ରଧାନମନ୍ତ୍ରୀ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ କାର୍ଯ୍ୟରତ।

ପ୍ରସିଦ୍ଧ ଦାର୍ଶନିକ, ଶିକ୍ଷାବିତ୍ ଏବଂ ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମବାର୍ଷିକୀ ପାଳନ ତଥା ସେପ୍ଟେମ୍ବର ୫ ତାରିଖରେ ଶିକ୍ଷକ ଦିବସ ଅବସରରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ପୁରସ୍କାର ଉତ୍ସବରେ ୫୦,୦୦୦ ଟଙ୍କା ନଗଦ ପୁରସ୍କାର, ଏକ ରୌପ୍ୟ ପଦକ ଏବଂ ଏକ ମାନପତ୍ର ମିଳିବ।

Leave a Reply

Your email address will not be published. Required fields are marked *