Thu. Oct 23rd, 2025

ନ୍ୟୁଜ ଡେକ୍ସ: ରାଜ୍ୟକୁ ପୁଞ୍ଜିନିବେଶ ଟାଣିବାକୁ ଦିଲ୍ଲୀ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦିଲ୍ଲୀରେ ଆୟୋଜିତ ଓଡ଼ିଶା ଇନଭେଷ୍ଟର୍ସ ମିଟ୍ର ପ୍ରଥମ ଦିନରେ ସେ ୧୪ ପ୍ରମୁଖ ଶିଳ୍ପ ପ୍ରତିନିଧିଙ୍କୁ ଭେଟିଛନ୍ତି । ବିଭିନ୍ନ ପୁଞ୍ଜିପତିଙ୍କ ସହ ୱାନ୍ ଟୁ ୱାନ୍ ବୈଠକ କରିଛନ୍ତି । ଏଥିରୁ ୩୦ହଜାର ୫୯୫ କୋଟିର ପୁଞ୍ଜିନିବେଶ ପ୍ରସ୍ତାବ ମିଳିଛି ।

ଏଚସିଏଲ ଟେକ୍ କମ୍ପାନୀକୁ ଭୁବନେଶ୍ବରରେ ବ୍ରାଞ୍ଚ ଖୋଲିବାକୁ ପ୍ରସ୍ତାବ ଦେଇଛନ୍ତି ଓଡ଼ିଶା ସରକାର। ଓଡ଼ିଶାରେ ଏଚସିଏଲ ବିଶ୍ବବିଦ୍ୟାଳୟ ନିର୍ମାଣ କରିବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଛି। ନୋଏଡ଼ାରେ ଥିବା ଏଚସିଏଲ୍ ଟେକ୍ କ୍ୟାମ୍ପସ୍ ବୁଲିବା ସହ ଏଚସିଏଲ୍ ଟେକ୍ନୋଲୋଜିସ୍ର ଅଧ୍ୟକ୍ଷା ରୋସନୀ ନାଦାରଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । କ୍ୟାମ୍ପସ୍ରେ ଥିବା ଏଆଇ ଲାବ୍, ଆଇଓଟି ଲାବ୍ ଦେଖିଥିଲେ । ଓଡ଼ିଶାରେ ଏଚସିଏଲ୍ର ଟେକ୍ କ୍ୟାମ୍ପସ୍ ସହ ଏକ ବିଶ୍ୱବିଦ୍ୟାଳୟ ପାଇଁ ପ୍ରସ୍ତାବ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ଦିଲ୍ଲୀର ତାଜ ପ୍ୟାଲେସ୍ ହୋଟେଲରେ କିରି ଇଣ୍ଡଷ୍ଟ୍ରିଜର ଏମ୍ଡି ମନୀଷ କିରି, ହିମାଦ୍ରି ସ୍ପେସିଆଲିଟି କେମିକାଲସ୍ ଲିମିଟେଡ୍ ସିଇଓ ଅନୁରାଗ ଚୌଧୁରୀ, ଏନ୍ଏକ୍ସପି ଟେକ୍ନୋଲୋଜିର ନିର୍ଦ୍ଦେଶକ ଅଙ୍କିତ ପାଲ୍ ଓ ଗୋକଲ ଦାସ ଏକ୍ସପୋର୍ଟସର ନିର୍ଦ୍ଦେଶକ ପ୍ରଭାତ କୁମାର ସିଂହ, ଚୌଗୁଲେ ଗ୍ରୁପ୍, ଆଇଆରଇଏଲ୍, ଏସଏଲଏମଜି ବିଭରଜେସ୍, ପତଞ୍ଜଳି ଅଧୀନରେ ଥିବା ରୁଚି ସୋୟା ଫୁଡସ୍ ଲିଃ, ଆଇନକ୍ସ ଜିଏଫଏଲ୍ ଗ୍ରୁପ୍, କ୍ୱାଣ୍ଟ ସୋଲାର ଭଳି ପ୍ରତିଷ୍ଠିତ ଶିଳ୍ପ ସଂସ୍ଥାର ପ୍ରତିନିଧିଙ୍କୁ ଭେଟିଛନ୍ତି ।

ରାଜ୍ୟରେ ପୁଞ୍ଜନିବେଶ ପାଇଁ ପର୍ଯ୍ୟାପ୍ତ ସୁବିଧା ସୁଯୋଗ ଓ ଶିଳ୍ପ ଅନୁକୂଳ ବାତାବରଣ ରହିଛି । ଏଠାକୁ ଆସି ପୁଞ୍ଜିନିବେଶ କରିବାକୁ ସେ ସମସ୍ତଙ୍କୁ ଆହ୍ୱାନ କରିଛନ୍ତି । ଆମ ସରକାର ସବୁ ସହଯୋଗ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହା ପରେ ନୂଆଦିଲ୍ଲୀର ଏକ ହୋଟେଲରେ ବିଭିନ୍ନ ଶିଳ୍ପପତିଙ୍କୁ ଭେଟିଥିଲେ। ଏହାସହ ଓଡିଶା ଇଣ୍ଡିଆନ ଅଏଲ କର୍ପୋରେସନ ସହ ଚୁକ୍ତି ସ୍ବାକ୍ଷରିତ ହେବ।

Leave a Reply

Your email address will not be published. Required fields are marked *