Sun. Feb 22nd, 2026

ନ୍ୟୁଜ ଡେକ୍ସ : ଓଡ଼ିଶା ପୋଲିସ ସବ୍-ଇନ୍ସପେକ୍ଟର (ଏସଆଇ) ନିଯୁକ୍ତି ଦୁର୍ନୀତି ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପକ୍ଷରୁ ଆଜି ପ୍ରାଥମିକ ଚାର୍ଜସିଟ୍ ଦାଖଲ କରାଯାଇଛି। ଏହି ଚାର୍ଜସିଟ୍‌ରେ ମୋଟ ୧୬ ଜଣଙ୍କ ନାମ ସାମିଲ ଥିବା ଜଣାପଡ଼ିଛି। ଏଥିରେ କିଙ୍ଗପିନ୍‌ ଶଙ୍କର ପୃଷ୍ଟି, ରିଙ୍କୁ ମହାରଣା, ସୌମ୍ୟା ପ୍ରିୟଦର୍ଶିନୀ, ସୁରେଶ ନାୟକ ଓ ମୁନ୍ନା ମହାନ୍ତିଙ୍କ ନାମ ମୁଖ୍ୟ ଭାବେ ରହିଛି।

ସିବିଆଇ ସୂତ୍ର ଅନୁସାରେ ଆଗାମୀ ଦିନରେ ଅଭିଯୁକ୍ତଙ୍କ ସଂଖ୍ୟା ଆହୁରି ବଢ଼ିପାରେ। ୧୬ ଅଭିଯୁକ୍ତଙ୍କ ମଧ୍ୟରୁ ପୂର୍ବରୁ କ୍ରାଇମବ୍ରାଞ୍ଚ ୯ ଜଣଙ୍କୁ ଗିରଫ କରିଥିବା ବେଳେ, ସିବିଆଇ ପକ୍ଷରୁ ୭ ଜଣଙ୍କୁ କୋର୍ଟଚାଲାଣ କରାଯାଇଥିଲା।ସିବିଆଇ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ, ଏହି ଗ୍ୟାଙ୍ଗର ସଂପୃକ୍ତି ଆହୁରି କେତେକ ପରୀକ୍ଷାରେ ମଧ୍ୟ ଥିଲା। ସେହି ସମସ୍ତ ମାମଲାକୁ ନେଇ ଏବେ ତଦନ୍ତ ଜୋରଦାର ଭାବେ ଚାଲିଛି।

ଚାର୍ଜସିଟ୍‌ରେ ଆହୁରି ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ନେଇ ଉଲ୍ଲେଖ ରହିଛି ଏବଂ ତ୍ୱରିତ ତଦନ୍ତ ପାଇଁ ଯୋଜନା କରାଯାଉଛି। ଏହି ମାମଲା ସଂପର୍କରେ ବ୍ରହ୍ମପୁର ସ୍ଥିତ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତରେ ୪ ଜଣ ଅଭିଯୁକ୍ତ ଜାମିନ ଆବେଦନ କରିଥିଲେ। କିଙ୍ଗପିନ୍‌ ଶଙ୍କର ପୃଷ୍ଟି, ସୁରେଶ ନାୟକ, ଅରବିନ୍ଦ ଦାସ ଓ ସାଗର ଗୌଡ଼ଙ୍କ ଜାମିନ ଆବେଦନ ଉପରେ ଆଜି ଶୁଣାଣି ହୋଇଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *