ନ୍ୟୁଜ ଡେକ୍ସ: ଖୁବ ଶୀଘ୍ର ରାଜ୍ୟ ବିଜେପି ଦେଖିବ ନୂଆ ନେତୃତ୍ବ। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏଭଲି କିଛି କହିଛନ୍ତି। ଏଥିପାଇଁ ତିନି ଦିନ ପ୍ରକ୍ରିୟା ଚାଲିଛି। ଆଜି ଶ୍ୟାମା ପ୍ରସାଦ ମୁଖାରଜୀଙ୍କ ଜୟନ୍ତୀ କାର୍ଯ୍ୟକ୍ରମରେ ମନମୋହନ ଏହା କହିଛନ୍ତି। ଓଡ଼ିଶା ବିଜେପି ସଭାପତି ଚୟନ ପାଇଁ ଆଜି ପ୍ରକାଶ ପାଇଛି ନିର୍ବାଚନ ବିଜ୍ଞପ୍ତି।
ତେବେ ଆସନ୍ତାକାଲି ନାମାଙ୍କନ ଦାଖଲ ହେବ ଦରକାର ପଡ଼ିଲେ ୮ରେ ନିର୍ବାଚନ ଓ ଫଳାଫଳ ପ୍ରକାଶ ପାଇବ ବୋଲି ସୂଚନା ରହିଛି । ନିର୍ବାଚନ ଗଣତାନ୍ତ୍ରିକ ପଦ୍ଧତିରେ ହେବ । ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ବିଜୟ ସିଂ ପାଲ ତୋମାର । ଆସନ୍ତାକାଲି ଓଡ଼ିଶା ବିଜେପି ସାଂଗଠାନିକ ନିର୍ବାଚନର ରାଷ୍ଟ୍ରୀୟ ପର୍ଯ୍ୟବେକ୍ଷକ ସଞ୍ଜୟ ଜୟସ୍ୱାଲ ଓଡ଼ିଶା ଆସିବେ ବୋଲି ସୂଚନା ରହିଛି ।
ତେବେ ଏହି ଦୌଡରେ ଡି. ପୁରନ୍ଦେଶ୍ବରୀ, ନିର୍ମଳା ସୀତାରମଣ, ଭନତୀ ଶ୍ରୀନିବାସନଙ୍କ ନାଁ ଥିବା ଜଣାପଡ଼ିଛି । ୬ଟି ରାଜ୍ୟର ବିଜେପି ସଭାପତି ଘୋଷଣା ହେବା ପରେ ଏବେ ଜାତୀୟ ସଭାପତି ନିର୍ବାଚନ ନେଇ ପ୍ରକ୍ରିୟା ଜୋର ଧରିଛି । କାଲିର ନାମାଙ୍କନ ପରେ ନିର୍ବାଚନ ନା ସହମତିରେ ସଭାପତି ସ୍ପଷ୍ଟ ହେବ ।
