Sun. Feb 22nd, 2026

ନ୍ୟୁଜ ଡେକ୍ସ : ଓଡ଼ିଶା ହସ୍ତତନ୍ତ୍ରକୁ ଜାତୀୟ ସହ ଆନ୍ତର୍ଜାତୀୟ ବଜାରରେ ଅଧିକ ପ୍ରଚାର ଓ ପ୍ରସାର ଦେବା ଲକ୍ଷ୍ୟରେ ବଲିଉଡ୍ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କୁ ଓଡ଼ିଶା ହସ୍ତତନ୍ତର ବ୍ରାଣ୍ଡ ଆମ୍ବାସଡର ଭାବେ ନିଯୁକ୍ତ କରାଯାଇଛି। ଏହି ନିଯୁକ୍ତି ପାଇଁ ମାଧୁରୀଙ୍କୁ ରାଜ୍ୟ ରାଜକୋଷରୁ ୧ କୋଟି ୬୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା ସୂଚନା ମିଳିଛି। ତାଙ୍କ ବିମାନ ଯାତ୍ରା, ରହଣୀ ଓ ଖାଦ୍ୟ ଖର୍ଚ୍ଚ ଏହାରୁ ବାହାରେ ରହିବ ବୋଲି ମଧ୍ୟ ସ୍ପଷ୍ଟ କରାଯାଇଛି।

ଆଜି ବିଧାନସଭାରେ ବିଧାୟକ ଅରୁଣ ସାହୁଙ୍କ ପ୍ରଶ୍ନର ଉତ୍ତରରେ ଏହି ସୂଚନା ରଖିଛନ୍ତି ବୟନ ଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ। ମନ୍ତ୍ରୀ କହିଛନ୍ତି ଯେ ୨୦୨୫ ମସିହାରେ ମାଧୁରୀ ଦୀକ୍ଷିତଙ୍କୁ ଓଡ଼ିଶା ହସ୍ତତନ୍ତର ବ୍ରାଣ୍ଡ ଆମ୍ବାସଡର ଭାବେ ନିଯୁକ୍ତ କରାଯାଇଛି। ଏହାଦ୍ୱାରା ରାଜ୍ୟର ବୁଣାକାରମାନଙ୍କର ସାମାଜିକ ଓ ଆର୍ଥିକ ସ୍ଥିତିରେ ଲକ୍ଷଣୀୟ ଉନ୍ନତି ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

ମନ୍ତ୍ରୀ କହିଛନ୍ତି, ମାଧୁରୀ ଦୀକ୍ଷିତଙ୍କ ଭଳି ଜଣେ ଖ୍ୟାତନାମା ସେଲିବ୍ରିଟିଙ୍କ ସଂପୃକ୍ତତା ଦ୍ୱାରା ଓଡ଼ିଶା ହସ୍ତତନ୍ତର ବ୍ରାଣ୍ଡକୁ ଆନ୍ତର୍ଜାତୀୟ ସ୍ତରରେ ନୂତନ ପରିଚୟ ମିଳିବ ଏବଂ ଏହାର ବଜାର ଚାହିଦା ବେଶ୍ ରୂପେ ବଢ଼ିବ। ଏହା ସହିତ ରାଜ୍ୟର ହଜାର ହଜାର ବୁଣାକାର ପରିବାର ଆର୍ଥିକ ଭାବେ ଲାଭାନ୍ବିତ ହେବେ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *