ନ୍ୟୁଜ ଡେକ୍ସ: ବିଧାନସଭାରେ ଉଠିଲା ଓଡ଼ିଆ ଅସ୍ମିତା ଝଡ । କଥା କଟାକଟି ହେଲେ ଶାସକ-ବିରୋଧି । ବିରୋଧୀ ଦଳର ବିଧାୟକ ତଥା ନୟାଗଡ଼ ବିଧାୟକ ଅରୁଣ ସାହୁ ଏବଂ କ୍ରୀଡ଼ା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ମୁହାଁମୁହିଁ ।
ଅରୁଣ ପଚାରିଲେ ପ୍ରଶ୍ନ, ଉତ୍ତର ରଖିଲେ ସୂର୍ଯ୍ୟବଂଶୀ । ବିଜେଡି ବିଧାୟକ ଅରୁଣ ସାହୁଙ୍କୁ ଅସ୍ମିତାର ଅର୍ଥ ବୁଝାଇଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ତେବେ ଅରୁଣ ସାହୁଙ୍କ ପ୍ରଶ୍ନର ଉତ୍ତର ଦେଇ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, ଓଡ଼ିଆ ଅସ୍ମିତାର ଅର୍ଥ ମୁଁ ପଣ ଏବଂ ଅହଂଜ୍ଞାନ, ଏପରିକି ମୁଁ ଭାବ, ମୁଁ ଅଛି ଏବଂ ଆତ୍ମ ପରିଚିତି । ଚଳନ୍ତି ଓଡ଼ିଆ ଅଭିଧାନରେ ଅସ୍ମିତା ଶବ୍ଦର ଅର୍ଥ ଓ ବ୍ୟାଖ୍ୟା ଦର୍ଶାଇଲେ ।
ଏହାପରେ ସୂର୍ଯ୍ୟବଂଶୀ ସୂରଜଙ୍କ ଅସ୍ମିତା ଉତ୍ତରକୁ ନେଇ ପ୍ରତିକ୍ରିୟା ଦେଇ ଅରୁଣ ସାହୁ । ମନ୍ତ୍ରୀ ଅଧା ଉତ୍ତର ରଖିଛନ୍ତି, ଏହା ସନ୍ତୋଷଜନକ ନୁହେଁ ବୋଲି ସେ କହିଛନ୍ତି ।କହିରଖୁଛୁ କି, ଓଡିଆ ଅସ୍ମିତାର ଅର୍ଥକୁ ସରଳ ଭାଷାରେ ବୁଝାଇ ମନ୍ତ୍ରୀ କହିଛନ୍ତି, ଓଡିଆ ଅସ୍ମିତା ରାଜନୈତିକ ମୁଦ୍ଦା ନୁହେଁ । ଏହା ଓଡିଆମାନଙ୍କ ଭାବାବେଗ । ଆମ ଅସ୍ତିତ୍ବର ଭାବରୁ ପ୍ରଦର୍ଶିତ କରିବା ହେଉଛି ଅସ୍ମିତା ବୋଲି ସେ କହିଛନ୍ତି ।
