Sat. Feb 21st, 2026

ନ୍ୟୁଜ ଡେକ୍ସ : ଚାରି ମାସ ତେର ଦିନ ଧରି ରାଜ୍ୟରେ ବର୍ଷା ନେଇ ମେଘମାଳା ଦେଖାଯାଇଥିବା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଏବେ ଓଡ଼ିଶାରୁ ଫେରିବା ପାଇଁ ପ୍ରସ୍ତୁତ। ଆଗାମୀ ଦୁଇରୁ ତିନି ଦିନ ମଧ୍ୟରେ ଏହାର ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହେବାକୁ ଭାରତ ପାଣିପାଗ ବିଭାଗ (IMD) ଅନୁମାନ କରିଛି।ମୌସୁମୀ ବାୟୁ ଫେରିବା ପୂର୍ବରୁ ରାଜ୍ୟର ଅନେକ ଅଞ୍ଚଳରେ ଆହୁରି ଦୁଇ ଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି।

ଆଇଏମଡି ଅନୁସାରେ, ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବଜ୍ରପାତ ସହିତ ମଧ୍ୟମ ରୁ ପ୍ରବଳ ବର୍ଷା ହେଇପାରେ। ଏହାକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲାରେ ସତର୍କତା ଓ କୋରାପୁଟ ଜିଲ୍ଲା ପାଇଁ ଯେଲୋ ଓୟାର୍ଣ୍ଣିଂ ଜାରି କରାଯାଇଛି।ଉତ୍ତର ବଙ୍ଗୋପସାଗର ଉପରେ ସମୁଦ୍ରପତ୍ତନଠାରୁ ୩.୧ କିମି ଉଚ୍ଚତାରେ ଗଠିତ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିବା ଫଳରେ ଏବେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଜାରି ରହିଛି। ଆଜି ଦକ୍ଷିଣ, ଉତ୍ତର, ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବା ଆଶା ରହିଛି।

ପାଣିପାଗ ଅଧିକାରୀମାନେ କହିଛନ୍ତି, ଏହି ବର୍ତ୍ତମାନର ବର୍ଷା ମୌସୁମୀ ବାୟୁ ଏବଂ ଏହାର ପରିବର୍ତ୍ତନଶୀଳ ପବନ ଧାରା ସହ ସଂପୃକ୍ତ। ବର୍ତ୍ତମାନ ରାଜ୍ୟର ବିଭିନ୍ନ ସ୍ଥାନରେ ୭ ମି.ମି. ରୁ ୧୧ ମି.ମି. ପର୍ଯ୍ୟନ୍ତ ବର୍ଷା ରେକର୍ଡ ହୋଇଛି।ଆଇଏମଡି ର ପୂର୍ବାନୁମାନ ଅନୁଯାୟୀ, ଆଗାମୀ ୩ ରୁ ୪ ଦିନ ମଧ୍ୟରେ ମୌସୁମୀ ବାୟୁ ର ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହେବ। ଏହା ପରେ ଆକାଶ ସ୍ପଷ୍ଟ ହେବା ସହ ଆର୍ଦ୍ରତା ହ୍ରାସ ପାଇଁ ପରିସ୍ଥିତି ତିଆରି ହେବ।

Leave a Reply

Your email address will not be published. Required fields are marked *