Sun. Feb 22nd, 2026

ନ୍ୟୁଜ ଡେକ୍ସ: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ରସାୟନ ଓ ସାର ମନ୍ତ୍ରୀ ଶ୍ରୀ ଜଗତ ପ୍ରକାଶ ନଡ୍ଡାଙ୍କ ସହ CIPET ପରିଦର୍ଶନରେ ଯାଇ ଓଡ଼ିଶାରେ ଏହି ପ୍ରତିଷ୍ଠାନର ଅଧିକ କେନ୍ଦ୍ର ଖୋଲିବା ପାଇଁ ପ୍ରସ୍ତାବ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନିକଟରେ ପେଟ୍ରୋ କେମିକାଲ୍ କ୍ଷେତ୍ରରେ ଏକ ଲକ୍ଷ କୋଟି ଟଙ୍କାଠାରୁ ଅଧିକ ମୂଲ୍ୟର ନିବେଶ ପାଇଁ ଚୁକ୍ତି ସ୍ୱାକ୍ଷର ହୋଇଛି। ପୂର୍ବରୁ ଉତ୍କର୍ଷ ଓଡିଶାରେ ମଧ୍ୟ ୧୭ ଲକ୍ଷ କୋଟି ଟଙ୍କାର ନିବେଶ ସୁଯୋଗ ସୃଷ୍ଟି ହୋଇଛି । ଏହାଦ୍ୱାରା ପ୍ରାୟ ୧୩ ଲକ୍ଷ ନିଯୁକ୍ତିର ସମ୍ଭାବନା ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପେଟ୍ରୋ କେମିକାଲ୍ ଶିଳ୍ପ କ୍ଷେତ୍ରରେ ଓଡିଶାରେ ବ୍ୟାପକ ଅଭିବୃଦ୍ଧିର ସୁଯୋଗ ସୃଷ୍ଟି ହୋଇଛି । ଏଥିପାଇଁ ଅଧିକ ଦକ୍ଷ ୱାର୍କଫୋର୍ସର ଆବଶ୍ୟକତା ରହିଛି ।

ସେଥିପାଇଁ ଓଡିଶାର ବିଭିନ୍ନ ସ୍ଥାନରେ ସିପେଟ୍ର ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ । ରାଜ୍ୟର ବିଭିନ୍ନ ଶିଳ୍ପ କ୍ଲଷ୍ଟର ଯେପରିକି କେନ୍ଦୁଝର,ଝାରସୁଗୁଡା, କଳିଙ୍ଗନଗର, ଗୋପାଳପୁର, ଅନୁଗୁଳ ଏବଂ ରାୟଗଡା ପରି ସ୍ଥାନରେ ଏହାର ଟ୍ରେନିଂ ସେଣ୍ଟର ସ୍ଥାପନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ ।

Leave a Reply

Your email address will not be published. Required fields are marked *