Thu. Oct 23rd, 2025

ନ୍ୟୁଜ ଡେକ୍ସ: ନୂଆ ବର୍ଷରୁ ଓଡିଶାର ଯୋଗାଯୋଗ କ୍ଷେତ୍ରରେ ନୂଆ ଅଧ୍ୟାୟ ଯୋଡି ହେବାକୁ ଯାଉଛି। ରାଜ୍ୟରୁ ଦେଶର ବିଭିନ୍ନ ସହରକୁ ନୂଆ କରି ଆରମ୍ଭ ହେବ ବିମାନ ଉଡ଼ାଣ। ଭୁବନେଶ୍ୱର ଓ ଝାରସୁଗୁଡା ବିମାନ ବନ୍ଦରରୁ ଅଧିକ ସହରକୁ ସିଧାସଳଖ ଯୋଡି ହେବ ବିମାନସେବା ।

ଜାନୁଆରୀ ୧ରୁ ଝାରସୁଗୁଡା ବିମାନ ବନ୍ଦରରୁ ଆଉ ୪ଟି ସହରକୁ ଏବଂ ଜାନୁଆରୀ ୩ରୁ ଭୁବନେଶ୍ୱର ବିମାନ ବନ୍ଦରରୁ ଆଉ ୫ଟି ସହରକୁ ସିଧାସଳଖ ବିମାନ ସେବା ଯୋଡି ହେବ। ତେବେ ଝାରସୁଗୁଡ଼ାରୁ ହାଇଦ୍ରାବାଦ, ରାୟପୁର, ଲକ୍ଷ୍ନୌ ଓମୁମ୍ବାଇକୁ ଉଡ଼ିବ ସିଧାସଳଖ ମିଳିବ ବିମାନ ସେବା । ସେହିପରି ଭୁବନେଶ୍ବର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରୁ ଇନ୍ଦୋର, ଡେରାଡୁନ, କୋଚି, ଜୟପୁର, ଲକ୍ଷ୍ନୌକୁ ସିଧାସଳଖ ବିମାନ ଉଡ଼ିବ ।

ଏହା ରାଜ୍ୟର ଅର୍ଥନୀତିକ ବିକାଶ କ୍ଷେତ୍ରରେ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ।ଏନେଇ ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ଦେଇଛନ୍ତି । ପୂର୍ବରୁ ପ୍ରାୟ ଦେଢ଼ମାସ ତଳେ ଏହି ସିଧାସଳଖ ବିମାନ ସେବା ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ମଧ୍ୟ ନିଜ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଥିଲେ ।

Leave a Reply

Your email address will not be published. Required fields are marked *