ନ୍ୟୁଜ ଡେସ୍କ: ଓପିଏସସି ରେଜଲ୍ଟ ପ୍ରକାଶ ପାଇଛି । ଏଥିରେ ୮୮୩ ଜଣ କୃତକାର୍ଯ୍ୟ ହୋଇଛନ୍ତି। ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକ ଲୁଙ୍ଗା ପଞ୍ଚାୟତ ଉରୁଣିଆ ଗ୍ରାମର ଶ୍ଵେତାଶ୍ରୀ ମହାପାତ୍ର ଏଥିରେ ଟପ୍ପର ହୋଇଛନ୍ତି।
ଶ୍ରୋତା ସମ୍ପ୍ରତି ଦୁର୍ଗାପୁର ଆଇଆଇଟିରେ ବି-ଟେକ ଏବଂ ଏମ-ଟେକ କରିଥିଲେ। ସେଠାରେ ସେ ଚାକିରୀ କରିଥିଲେ। ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା-୨୦୨୨ରେ ପ୍ରଥମ ସ୍ଥାନ ହାସଲ କରିଥିବା ଶ୍ୱେତାଶ୍ରୀ ମହାପାତ୍ର ପ୍ରଥମ ଉଦ୍ୟମରେ ବଡ଼ ସଫଳତା ହାସଲ କରିଛନ୍ତି। ତାଲିକାର ଦ୍ବିତୀୟ ସ୍ଥାନରେ ପ୍ରିଙ୍କିଲ ପରବୀନ ପରିଡ଼ା ଥିବା ବେଳେ ତୃତୀୟ ସ୍ଥାନରେ ଦୀପ୍ତିରଂଜନ ପତି ଅଛନ୍ତି।
ଚତୁର୍ଥ ଓ ପଞ୍ଚମ ସ୍ଥାନରେ ଯଥାକ୍ରମେ ପ୍ରଜ୍ଞା ପାରଙ୍ଗମ ଓ ଆଜାଦ କୁମାର ସାହୁ ଅଛନ୍ତି। ସେହିପରି ଦୀପମ ରାଉତ, ଦେବବ୍ରତ ଗୌଡ଼ ଯଥାକ୍ରମେ ୬ଷ୍ଠ ଓ ୭ମ ସ୍ଥାନରେ ଥିବା ବେଳେ ଆଦିଦ୍ୟ ଦୀପଙ୍ଗର ଷଡ଼ଙ୍ଗୀ ଅଷ୍ଟମ ସ୍ଥାନ ଅଧିକାର କରିଛନ୍ତି। ନବମ ସ୍ଥାନରେ କପିଳ କୁମାର ମହାନ୍ତି ଥିବା ବେଳେ ଅମ୍ରିତା ସାହୁ ଦଶମ ସ୍ଥାନ ଅଧିକାର କରିଛନ୍ତି।
