ନ୍ୟୁଜ ଡେକ୍ସ: ଓସିଏ ସଭାପତି ପଦ ଛାଡିଲେ ବବି ଦାସ । ଓଡିଶା କ୍ରିକେଟ ଆସୋସିଏସନ୍(ଓସିଏ) ପଦବୀରୁ ଇସ୍ତଫା ଦେଇଛନ୍ତି ବିଜେଡି ନେତା ପ୍ରଣବ ପ୍ରକାଶ ଦେସ ଓରଫ ବବି ଦାସ । ନିଜର ବ୍ୟକ୍ତିଗତ କାରଣ ଦର୍ଶଇ ବବି ପଦ ଛାଡିଛନ୍ତି ।
ବବି ତାଙ୍କ ପଦରୁ ଇସ୍ତଫା ଦେବା ନେଇ ସୂଚନା ଦେଇଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା । ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି, ୪୫ ଦିନ ଭିତରେ ନୂଆ ସଭାପତି ନିର୍ବାଚନ ହେବ। ନିର୍ବାଚନ ପର୍ଯ୍ୟନ୍ତ ଉପସଭାପତି ପଙ୍କଜ ଲୋଚନ ମହାନ୍ତି ଦାୟିତ୍ୱ ସମ୍ଭାଳିବେ।
ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ସଭାପତି ପଦକୁ ଆସିଥିଲେ। ସେ ବେଶୀ ସମୟ ଦେଇ ପାରୁ ନ ଥିଲେ ବୋଲି ସଞ୍ଜୟ ବେହେରା କହିଛନ୍ତି। ତେବେ କହିରଖୁଛୁ, ୨୦୨୨ ଅକ୍ଟୋବର ୨୮ ଓଡିଶା କ୍ରିକେଟ ଆସୋସିଏସନର ସଭାପତି ଭାବେ ନିର୍ବାଚିତ ହୋଇଥିଲେ ବବି ଦାସ ।
