Thu. Oct 23rd, 2025

ନ୍ୟୁଜ ଡେକ୍ସ: ଓସିଏ ସଭାପତି ହେଲେ ପଙ୍କଜ ଲୋଚନ ମହାନ୍ତି। ଓସିଏ ପକ୍ଷରୁ ବିଦ୍ଧିବଦ୍ଧ ଭାବେ ଘୋଷଣା କରାଯାଇଛି। ପୂର୍ବରୁ ଏକମାତ୍ର ସଭାପତି ପ୍ରାର୍ଥୀ ଭାବେ ନାମାଙ୍କନ କରିଥିଲେ। ସେଥିପାଇଁ ସେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି। ପ୍ରଣବ ପ୍ରକାଶ ଦାସଙ୍କ ଇସ୍ତଫା ପରେ ପଦବୀ ଖାଲି ରହିଥିଲା। ଗତମାସରେ ପ୍ରଣବ ପ୍ରକାଶ ଦାସ ଓସିଏର ସଭାପତି ପଦରୁ ଇସ୍ତଫା ଦେଇଥିଲେ।

ଫଳରେ ଉପସଭାପତି ଥିବା ପଙ୍କଜ ଲୋଚନ ମହାନ୍ତି କାମଚଳା ସଭାପତି ଭାବେ ଦାୟିତ୍ଵ ନିର୍ବାହ କରିଥିଲେ। ପଙ୍କଜ ଗତଥର ଓସିଏର ସଭାପତି ଥିଲେ ଏବଂ ସୁଚାରୁରୂପେ ଦାୟିତ୍ବ ସମ୍ପାଦନ କରିଥିଲେ। ୨୦୨୨ ଅକ୍ଟୋବର ୨୮ରେ ଓସିଏ ସଭାପତି ଭାବରେ ପ୍ରଣବ ପ୍ରକାଶ ଦାସ ନିର୍ବାଚିତ ହୋଇଥିଲେ। ଏହା ପୂର୍ବରୁ ୨୦୧୯ରୁ ୨୦୨୨ ପର୍ଯ୍ୟନ୍ତ ପଙ୍କଜ ଲୋଚନ ମହାନ୍ତି ଓସିଏର ସଭାପତି ଥିଲେ।

ସଭାପତି ଭାବେ ନିର୍ବାଚିତ ହେଲା ପରେ ବାରବାଟୀ ଫ୍ଲଡ ଲାଇଟ ବିଭ୍ରାଟ ନେଇ ମତ ରଖିଛନ୍ତି ପଙ୍କଜ। ସରକାର ମାଗିଥିବା କାରଣ ଦର୍ଶାଅ ନୋଟିସର ଉତ୍ତର ଦିଆଯାଇଛି ବୋଲି କହିଛନ୍ତି ପଙ୍କଜ । ଏତଦ୍ ବ୍ୟତୀତ ରାଜ୍ୟ କ୍ରୀଡାମନ୍ତ୍ରୀଙ୍କ ସହଯୋଗରେ ଷ୍ଟାଡିୟମର ଉନ୍ନତି ପାଇଁ କାର୍ଯ୍ୟ କରାଯିବ। ଦୁଇରୁ ତିନି ବର୍ଷ ମଧ୍ୟରେ ଓସିଏ ଏକାଡେମୀ ଆରମ୍ଭ କରିବା ପାଇଁ ଚାଲିଛି ପ୍ରୟାସ। ୭ରୁ ୮ମାସ ପରେ ପୁଣି ନିର୍ବାଚନ ହେବ ବୋଲି କହିଛନ୍ତି ପଙ୍କଜ ଲୋଚନ ମହାନ୍ତି।

Leave a Reply

Your email address will not be published. Required fields are marked *