Sat. Feb 21st, 2026

ନ୍ୟୁଜ ଡେସ୍କ: ‘ଲାପତା ଲେଡିଜ୍’ର ଲାଗିଲା ଲେଟରୀ। ଓସ୍କାର ୨୦୨୫ରେ କଲା ଏଣ୍ଟ୍ରି। ଜବରଦସ୍ତ ହିଟ୍ ହେବା ପରେ ଆଉ ଏକ ସଫଳତା ହାସଲ କରିଛି ଫିଲ୍ମ ‘ଲାପତା ଲେଡିଜ୍’। କିରଣ ରାଓଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୯୭ତମ ଏକାଡେମୀ ପୁରସ୍କାରରେ ଭାରତର ପ୍ରତିନିଧିତ୍ୱ କରିବ ବୋଲି ଘୋଷଣା ହୋଇଛି।

ଅମୀର ଖାନ ପ୍ରଡକ୍ସନ୍ସରେ ନିର୍ମିତ ଏହି ଫିଲ୍ମରେ ପ୍ରତିଭା ରାଣା, ସ୍ପର୍ଶ ଶ୍ରୀବାସ୍ତବ ଏବଂ ନୀତାଂଶି ଗୋୟଲ ମୁଖ୍ୟ କଳାକାର ରୂପେ ଅଭିନୟ କରିଛନ୍ତି। ଏହି ଫିଲ୍ମର ଅଭିନେତା ରବି କିଶନ ଏବଂ ଛାୟା କଦମ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଲାପତା ଲେଡିଜର ବଜେଟ୍ ୪ରୁ ୫ କୋଟିରେ ନିର୍ମିତ ହୋଇଥିଲା । ଯାହାକି ବକ୍ସ ଅଫିସରେ ୨୫ରୁ ୨୬ କୋଟି ଆୟ କରିଥିଲା । ନେଟ୍ଫିକ୍ସରେ ଫିଲ୍ମକୁ ରିଲିଜ୍ କରାଯାଇଥିଲା । ଯାହାର ଅବଧି ୧୨୪ ମିନିଟ୍ ରହିଥିଲା ।

ଆସାମର ନିର୍ଦ୍ଦେଶକ ଜାହାନୁ ବାରୁଆଙ୍କ ନେତୃତ୍ୱରେ ୧୩ ଜଣିଆ ଚୟନ କମିଟି ସର୍ବସମ୍ମତି କ୍ରମେ ଆମୀର ଖାନ ଏବଂ କିରଣ ରାଓଙ୍କ ଦ୍ୱାରା ନିର୍ମିତ ‘ଲାପତା ଲେଡିଜ୍’କୁ ଏକାଡେମୀ ପୁରସ୍କାରରେ ଶ୍ରେଷ୍ଠ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ବର୍ଗରେ ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନେଇଛି। ତାମିଲ ଫିଲ୍ମ ‘ମହାରାଜା’, ତେଲୁଗୁର ‘କାଲ୍କି ୨୮୯୮ ଖ୍ରୀଷ୍ଟାବ୍ଦ’ ଏବଂ ‘ହନୁ-ମାନ୍’ କୁ ମଧ୍ୟ ଏହି ଫିଲ୍ମ ପଛରେ ପକାଇ ଦେଇଛି।

Leave a Reply

Your email address will not be published. Required fields are marked *