ନ୍ୟୁଜ ଡେକ୍ସ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଆଜି ତୃତୀୟ ଦିନ। ଆଜି ରାଜଧାନୀ ଭୁବନେଶ୍ୱରରେ ରାଷ୍ଟ୍ରପତିଙ୍କର ଅନେକ କାର୍ଯ୍ୟକ୍ରମ ରହିଛି। OUATର ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କାର୍ଯ୍ୟସୂଚୀ ମୁତାବକ, ରାଷ୍ଟ୍ରପତି ଗୁରୁବାର ୧୦ଟା ୫ ମିନିଟ୍ରେ ପୁରୀ ତାଳବଣିଆ ହେଲିପ୍ୟାଡ୍ରୁ ବାୟୁସେନାର ହେଲିକପ୍ଟରରେ ଭୁବନେଶ୍ୱର ଅଭିମୁଖେ ବାହାରିବେ ।
ସାଢ଼େ ୧୦ଟାରେ ବିଜୁ ପଟ୍ଟନାୟକ ଅନ୍ତଜାର୍ତୀୟ ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ସେ ସିଧା ଓୟୁଏଟି କ୍ୟାମ୍ପସକୁ ଯିବେ । ଓୟୁଏଟିର ୪୦ତମ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ରାଷ୍ଟ୍ରପତି ସେଠାରେ ଦେଢ଼ ଘଣ୍ଟା ବିତାଇବେ । ମଧ୍ୟାହ୍ନ ୧୨ଟାରେ ରାଜଭବନକୁ ଯିବେ । ସେଠାରେ ମଧ୍ୟାହ୍ନ ଭୋଜନ କରି ବିଶ୍ରାମ ନେବେ । ସନ୍ଧ୍ୟା ୫ଟା ୧୦ ମିନିଟ୍ରେ ରାଷ୍ଟ୍ରପତିଙ୍କ କାରକେଡ୍ କଳ୍ପନା ଛକ ନିକଟସ୍ଥ ଜୁଡିସିଆଲ୍ କମ୍ପେ୍ଲକ୍ସ ଆଡ଼କୁ ମୁହାଁଇବ । ସେଠାରେ କମ୍ପେ୍ଲକ୍ସର ଉଦ୍ଘାଟନ କରିବେ । ଉଦ୍ଘାଟନୀ ସମାରୋହରେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂ ଓ ହାଇକୋର୍ଟ (ଆଡମିନିଷ୍ଟ୍ରେଟିଭ୍) ଜଷ୍ଟିସ୍ ସଙ୍ଗମ ସାହୁ ଅତିଥି ଭାବେ ଯୋଗଦେବେ ।
ଏହାପରେ ବିଜେବି କଲେଜ ଖେଳପଡି଼ଆରେ ଆୟୋଜିତ ହେବାକୁ ଥିବା ଉଦ୍ଘାଟନୀ ସଭାରେ ଉଦ୍ବୋଧନ ଦେବେ । ଗତକାଲି ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏଥିସହ ନେଭି ଡେ ସେଲିବ୍ରେସନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ରାଷ୍ଟ୍ରପତି। ଆଜି ରାଷ୍ଟ୍ରପତି ସକାଳ ୯ଟା ୩୫ରେ ପୁରୀ ରାଜଭବନରୁ ବାହାରି ତାଳବଣିଆ ହେଲିପ୍ୟାଡରୁ ଭୁବନେଶ୍ୱର ଅଭିମୁଖେ ୧୦ଟା ୫ରେ ବାହାରିବେ। ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ଓୟୁଏଟି କ୍ୟାଂପସକୁ ଯିବେ ରାଷ୍ଟ୍ରପତି।