ନ୍ୟୁଜ ଡେକ୍ସ: ନାରୀ ନିର୍ଯାତନା ବୃଦ୍ଧି ପ୍ରତିବାଦରେ ଆଜି ବିଧାନସଭା ଘେରାଉ କରିଛି କଂଗ୍ରେସ। ଯାହାକୁ ନେଇ ରାଜଧାନୀ ଭୁବନେଶ୍ଵରରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। କଂଗ୍ରେସର ଆନ୍ଦୋଳନ ପାଇଁ ପୋଲିସ ପକ୍ଷରୁ ପ୍ରସ୍ତୁତି ହୋଇଛି। ଆନ୍ଦୋଳନକାରୀଙ୍କୁ ରୋକିବାକୁ ୮୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।
ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ବିଭିନ୍ନ ଜିଲ୍ଳାରୁ ଶହ ଶହ କଂଗ୍ରେସ କର୍ମୀ ବିଧାନସଭା ଘେରିବାକୁ ଆସିବେ ବୋଲି ଗୁଇନ୍ଦା ବିଭାଗ ପାଖରେ ଖବର ରହିଛି । ସେମାନଙ୍କୁ କେମିତି ଜିଲ୍ଳା ସ୍ତରରେ ଅଟକାଇ ହେବ ତାକୁ ନେଇ ଆରମ୍ଭ ହୋଇଛି ଅଙ୍କକଷା । ବୁଧବାର ବିଳମ୍ବିତ ରାତିରେ ଭୁବନେଶ୍ୱର ବିଭିନ୍ନ ପ୍ରବେଶ ପଥରେ ପୁଲିସ୍ ବ୍ଲକିଂ ଚେକିଂ କରି ଆନ୍ଦୋଳନକାରୀଙ୍କୁ ଅଟକ ରଖୁଛି । ତା’ଛଡା କମିଶନରେଟ୍ ପୁଲିସର ପୁରୁଣା ଓ ଦକ୍ଷ ଅଫିସର ଯେଉଁମାନେ ୨୦୧୯ ନିର୍ବାଚନ ସମୟରେ ବାହାରକୁ ଯାଇଥିଲେ, ସେମାନଙ୍କୁ ସବୁ ଭୁବନେଶ୍ୱର ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସେହି ପୁରୁଣା ଅଫିସରମାନେ ପିଏମ୍ଜିରେ ରହି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବେ । ଆନ୍ଦୋଳନ ସମୟରେ କାଳେ କିଛି ଅଘଟଣ ଘଟିବ, ସେଥିପାଇଁ ପୁଲିସ୍ ସବୁ ପ୍ରକାର ପ୍ରସ୍ତୁତି କରିଛି । ପୂର୍ବ ଠାରୁ ଅଧିକ ସିସି କ୍ୟାମେରା ଲଗାଇଛି । କିଛି ଗଳି ରାସ୍ତାକୁ ସମ୍ପୂର୍ଣ୍ଣ ବନ୍ଦ କରିଛି । କମ୍ ସଂଖ୍ୟକ ଆନ୍ଦୋଳନକାରୀ ଆସିବା ଦିଗରେ ଅଧିକ ଫୋକସ୍ ଦେଇଛି ।
