Sun. Feb 22nd, 2026

ନ୍ୟୁଜ ଡେକ୍ସ: ୭ ମାସ ପରେ କଂଗ୍ରେସକୁ ମିଳିଛି ନୂଆ ମଙ୍ଗୁଆଳ । ଆଉ ଏଥିପାଇଁ ବେଶ ଉତ୍ସାହିତ ଅଛନ୍ତି କଂଗ୍ରେସର ନେତା ଓ କର୍ମୀମାନେ । ସମସ୍ତଙ୍କ ମନରେ ଏକ ପ୍ରକାର ନୂଆ ଜୋସ ଭରିଯାଇଛି କଂଗ୍ରେସକୁ ସଶକ୍ତ କରିବାକୁ । ପିସିସି ସଭାପତି ଭାବେ ଭକ୍ତଚରଣ ଦାସ ଦାୟିତ୍ବ ନେବା ପରେ ଏବେ ପଲିଟିକାଲ କରିଡରରେ ସବୁଠାରୁ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ସୁରେଶ କୁମାର ରାଉତରାୟ ଓରଫ ସୁର ଭାଇ ।

ଗତକାଲି ପିସିସି ସଭାପତି ଭକ୍ତଚରଣ ଦାସ ଯେକୌଣସି କାରଣରୁ ଦଳରୁ ନିଲମ୍ବନ ଓ ବହିଷ୍କାର କରାଯାଇଥିବା ସମସ୍ତ କଂଗ୍ରେସ କର୍ମୀଙ୍କୁ ପୁଣି ଥରେ ଘରକୁ ଫେରିଆସିବାକୁ ନିବେଦନ କରିଛନ୍ତି । ଯାହାପରେ କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟଙ୍କ ଘର ବାହୁଡା ହୋଇଛି । ଦଳକୁ ପ୍ରତ୍ୟାବର୍ତ୍ତନ ପରେ ସୁର ରାଉତରାୟ କଂଗ୍ରେସ ଅଧ୍ୟକ୍ଷ, ପିସିସି ସଭାପତି ଏବଂ ଯୁବ କଂଗ୍ରେସକୁ ଧନ୍ୟବାଦ ଜଣାଇଛନ୍ତି।ଗତ ନିର୍ବାଚନ ବେଳେ ଦଳ ବିରୋଧୀ କାର୍ଯ୍ୟ ପାଇଁ ସୁର ରାଉତରାୟଙ୍କୁ ୬ ବର୍ଷ ପାଇଁ ବହିଷ୍କାର କରିଥିଲା ଦଳ। ପୁଅ ମନ୍ମଥ ରାଉତରାୟ ବିଜେଡିରୁ ଟିକେଟ ପାଇ ଭୁବନେଶ୍ୱରରେ ନିର୍ବାଚନ ଲଢୁଥିବା ସମୟରେ ନିଜ ପୁଅ ପାଇଁ ପ୍ରଚାର କରୁଥିଲେ ସୁର।

ଫଳ ସ୍ୱରୁପ ସୁରଙ୍କୁ ଦଳରୁ ବହିଷ୍କାର କରିଥିଲା କଂଗ୍ରେସ । ତେବେ ଶୁକ୍ରବାର ନିଲମ୍ଵିତ କିମ୍ଵା ବହିଷ୍କୃତ ନେତାଙ୍କ ଉପରୁ ନିଲମ୍ବନ ନିର୍ଦ୍ଦେଶ ହଟାଇଥିଲେ ନୂଆ ପିସିସି ସଭାପତି ଭକ୍ତଚରଣ ଦାସ। ସୁରଙ୍କ ଉପରୁ ମଧ୍ୟ ହଟିଥିଲା ନିଲମ୍ବନ ନର୍ଦ୍ଦେଶ। ଏହାପରେ ଆଜି ବିରାଟ ପଟୁଆରରେ ଆସି ପୁଣି ଦଳରେ ସାମିଲ ହୋଇଛନ୍ତି ସୁର ରାଉତରାୟ। ତେବେ ସୁର ଜଟଣୀରୁ ୬ ଥର ବିଧାୟକ ହୋଇଥିବା ବେଳେ କଂଗ୍ରେସ ସରକାର ସମୟରେ ମନ୍ତ୍ରୀ ପଦ ମଧ୍ୟ ତୁଲାଇଛନ୍ତି।

Leave a Reply

Your email address will not be published. Required fields are marked *