Sat. Oct 25th, 2025

ନ୍ୟୁଜ ଡେକ୍ସ : ଆଜି କଟକ ସହର ହେବ କାଳୀପୂଜା ଭସାଣ ଉତ୍ସବର ନଜରାନା। ସହରର ବିଭିନ୍ନ ଅଞ୍ଚଳରୁ ୭୦ରୁ ଅଧିକ କାଳୀ ମେଢ଼ ଆଜି ଭସାଣି ଶୋଭାଯାତ୍ରାରେ ସାମିଲ ହେବେ। ଉତ୍ସବକୁ ଶାନ୍ତିପୂର୍ଣ୍ଣ ଭାବେ ପାଳନ ପାଇଁ କମିଶନରେଟ୍ ପୋଲିସ ଦ୍ୱାରା ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ସହରରେ ୬୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛି ଏବଂ ୪୦୦ରୁ ଅଧିକ ପୋଲିସ ଅଧିକାରୀ ତଦାରଖରେ ରହିଛନ୍ତି। ଗତକାଲି ରାତିରୁ ହିଁ କିଛି ମେଢ଼ ଦେବୀଗଡ଼ାର ବିସର୍ଜନ ଆରମ୍ଭ ହୋଇଥିବା ବେଳେ, ଆଜି ସକାଳରୁ ସହରର ବିଭିନ୍ନ ରାସ୍ତାରେ ପୋଲିସ ଫ୍ଲାଗମାର୍ଚ୍ଚ କରି ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରିଛି। ଗଳି କନ୍ଦିରେ ତନ୍ନତନ୍ନ ତଦାରଖ ହେଉଛି ଏବଂ ପଇଁତରା ମାରି ସତର୍କତା ବଢ଼ାଯାଇଛି।ଦୁର୍ଗାପୂଜା ଭସାଣ ସମୟରେ ହୋଇଥିବା ଗୋଷ୍ଠୀ ସଂଘର୍ଷ ପୁନରାବୃତ୍ତି ନ ହେଉ, ସେଥିପାଇଁ ପୋଲିସ ବିଶେଷ ଧ୍ୟାନ ଦେଉଛି।

ସମ୍ବେଦନଶୀଳ ଅଞ୍ଚଳ ଗୁଡ଼ିକରେ ବିଶେଷ ବନ୍ଦୋବସ୍ତ ରହିଛି। ଦରଘା ବଜାର ଏବଂ ସିଟି ହସ୍ପିଟାଲ ନିକଟରେ ସାଇଲେନ୍ସ ଜୋନ୍ ଘୋଷଣା କରାଯାଇଛି।ସୁରକ୍ଷା ବ୍ୟବସ୍ଥାକୁ ଜୋରଦାର କରିବା ପାଇଁ ଡ୍ରୋନ୍ ଓ ସିସିଟିଭି ମାଧ୍ୟମରେ ସହରକୁ ନଜର ରଖାଯାଉଛି। ରୁଫ୍ ଟଫ୍ ପୋଲିସ ଓ କେନ୍ଦ୍ରୀୟ ଫୋର୍ସ ମଧ୍ୟ ନିୟୋଜିତ ହୋଇଛନ୍ତି। ବିଶୃଙ୍ଖଳାକାରୀ, ଗୁଜବ ସୃଷ୍ଟିକାରୀ ଏବଂ ଅପପ୍ରଚାର କରୁଥିବା ବ୍ୟକ୍ତିଙ୍କ ଉପରେ ନଜର ରଖିଛି କଟକ ପୋଲିସ।

Leave a Reply

Your email address will not be published. Required fields are marked *