Thu. Oct 23rd, 2025

ନ୍ୟୁଜ ଡେକ୍ସ : NOC ନମିଳିଲେ , ମିଳିବନି ପୂଜା ମଣ୍ଡପକୁ ଆୟୋଜନ ଅନୁମତି । ପ୍ରଶାସନର ପୂଜା ପ୍ରସ୍ତୁତି ବୈଠକରେ ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ । କଟକରେ ମୋଟ ୧୫୭ଟି ପୂଜା ମଣ୍ଡପ ରହିଛି । ସେଥିରୁ କେବଳ ୧୧୭ଟି ପୂଜାମଣ୍ଡପ NOC ପାଇଁ ଆବେଦନ କରିଛନ୍ତି ।

୪୦ଟି ମଣ୍ଡପ NOC ପାଇଁ ଆବେଦନ କରି ନାହାନ୍ତି । ଏଥିପାଇଁ ସେମାନଙ୍କୁ ଶେଷ ସୁଯୋଗ ଦିଆଯିବ ବୋଲି କୁହାଯାଇଛି ।ପୂଜା ପେଣ୍ଡାଲ ସମେତ ରାବଣ ପୋଡି, ମୀନାବଜାର, ଦୋଳି ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ପାଇଁ କର୍ତ୍ତୃପକ୍ଷଙ୍କଠାରୁ ଅନୁମତିପତ୍ର ହାସଲ କରିବା ଆବଶ୍ୟକ । ଭସାଣୀ ଶୋଭାଯାତ୍ରାରେ ଖଣ୍ଡା, ଲାଠି ଆଦି ବ୍ୟବହାରକୁ ନିଷେଧ କରାଯାଇଛି।

ଏଥିସହ ରାବଣ ପୋଡି ନିମନ୍ତେ ୫୦ ମିଟର ଲମ୍ବା ଏକ ଖାଲି ସ୍ଥାନ ଉପଲବ୍ଧ ଥିବା ଜରୁରୀ। ସର୍ବସାଧାରଣ ଟ୍ରାଫିକ ଯାତାୟତରେ ଯେଭଳି କୌଣସି ବାଧା ନ ଉପୁଜେ ସେସବୁକୁ ଦୃଷ୍ଟିରେ ରଖି ତୋରଣ ନିର୍ମାଣ, ଯାନବାହନ ପାର୍କିଂ ପାଇଁ ସ୍ଥାନ, ଶୌଚାଳୟ, ସିସିଟିଭି ଲଗାଇବା, ଓଆରଏସ୍ ଉପଲବଧ କରାଇବା, ସ୍ୱେଚ୍ଛାସେବୀ ନିୟୋଜିତ କରିବା ଆଦି ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *