Thu. Oct 23rd, 2025

ନ୍ୟୁଜ ଡେକ୍ସ: ବାରବାଟୀ ଷ୍ଟାଡିୟମ୍ ବାହାରେ ବିଡ଼ାନାସୀ ଖେଳ ପଡ଼ିଆରେ ପ୍ରଥମ ଥର ପାଇଁ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି । ୭୬ତମ ସାଧାରଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଏହାପରେ ପରେଡ୍ର ଅଭିବାଦନ ଗ୍ରହଣ କରିଛନ୍ତି ।

ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ । ଆଜିର ଏହି ପବିତ୍ର ଦିନରେ ବିକଶିତ ଭାରତ, ବିକଶିତ ଓଡ଼ିଶା ନିର୍ମାଣ ପାଇଁ ସମସ୍ତେ ଶପଥ ନେବା ବୋଲି ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି । ଆଜି ଉତ୍ସବ ପାଳନ କରିବାର ଦିନ ନୁହେଁ । ଆଜି ସମ୍ବିଧାନକୁ ସୁରକ୍ଷା ଦେବାର ଦିନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଗଣତାନ୍ତ୍ରିକ ଶାସନରେ ଲୋକଙ୍କ ସ୍ବର ହିଁ ଭଗବାନଙ୍କ ସ୍ବର । ସାଧାରଣ ଜନତା ଗଣତନ୍ତ୍ରର ଅସଲ ଶାସକ । ଲୋକ ଲୋକଙ୍କ ଶିକ୍ଷା, ସ୍ବାସ୍ଥ୍ୟ ଭଳି ମୌଳିକ ଅଧିକାର ଯୋଗାଇବାକୁ ସରକାର ପ୍ରତିଶ୍ରୁତିବଦ୍ଧ ।

ରାଜ୍ୟର ଶିକ୍ଷା କ୍ଷେତ୍ରରେ ଅଦ୍ଭୂତପୂର୍ବ ପରିବର୍ତ୍ତନ ହେବାକୁ ଯାଉଛି । ଗାଁରୁ ବିକାଶ ଆରମ୍ଭ ହେଉଛି । ସରକାର ଏ ନେଇ ଭିତ୍ତିଭୂମି ପ୍ରସ୍ତୁତ କରୁଛନ୍ତି । ଓଡିଆ ଅସ୍ମିତା ସହ ଓଡିଶାର ବିକାଶ ଆଗେଇ ଚାଲିଛି । ରାଜ୍ୟର ବିକାଶ ପାଇଁ ରାଜ୍ୟ ସରକାର ଅନବରତ କାମ କରୁଛନ୍ତି । ଆଜି କେବଳ ଉତ୍ସବର ଦିନ ନୁହେଁ ସମ୍ବିଧାନକୁ ସୁରକ୍ଷା ଦେବା ଆମ ସମସ୍ତଙ୍କ ଦାୟିତ୍ବ । ସମୃଦ୍ଧ ଓ ବିକଶିତ ଓଡିଶା ନିର୍ମାମରେ ହାତ ବଢେଇବାକୁ ହେବ ।

Leave a Reply

Your email address will not be published. Required fields are marked *