Thu. Oct 23rd, 2025

ନ୍ୟୁଜ ଡେକ୍ସ : କଟକରେ ହେବ ତାରକସି ହବ୍ । ଦୀର୍ଘ ବର୍ଷର ଏହି ସ୍ୱପ୍ନ ପୂରଣ ହୋଇଛି । ଆଜି ସିଡିଏ ସେକ୍ଟର-୬ ପେଟାନାଳ ରାସ୍ତାରେ କଟକ ତାରକସି ସର୍ବସାଧାରଣ ସୁବିଧା କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହାର ଶିଳାନ୍ୟାସ କରିଛନ୍ତି।

ରାଜ୍ୟ ସରକାରଙ୍କ ଏ ପଦକ୍ଷେପକୁ ତାରକସି ଶିଳ୍ପ ସହ ଜଡ଼ିତ କାରିଗର, ବିଶେଷଜ୍ଞ ଓ ସହରବାସୀ ସ୍ୱାଗତ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ଏଥି ସହିତ ପ୍ରଶିକ୍ଷଣ, ପର୍ଯ୍ୟଟକଙ୍କ ପାଇଁ ପରିଦର୍ଶନ ସୁଯୋଗ ରହିବ । ଫଳରେ ତାରକସି କାମ କରୁଥିବା ୪୦୦ ପରିବାର ଉପକୃତ ହେବେ । ପୂର୍ବ ସରକାରଙ୍କ ଉଦ୍ୟମରେ କଟକ ର ପ୍ରସିଦ୍ଧ ତାରକସୀ କାମକୁ କେନ୍ଦ୍ରରୁ ଜି.ଆଇ. ଟ୍ୟାଗ୍ ମିଳିବା ପରେ ଏବେ କଟକରେ ଏକ ରୌପ୍ୟ ତାରକସୀ ଉତ୍କର୍ଷ କେନ୍ଦ୍ର କରିବାକୁ ଶିଳାନ୍ୟାସ ହୋଇଛି ।

ଏହା ସହିତ ଏଠାରେ ପ୍ରଶିକ୍ଷଣ ଓ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ଦେଖିବା ପାଇଁ ଏକ ସୁନ୍ଦର ତାରକସି ଗ୍ୟାଲେରୀ ରହିବ । ଅନ୍ୟପଟେ ଏହି ଉତ୍କର୍ଷ ତାରକସୀ କେନ୍ଦ୍ର ନିର୍ମାଣ କାମ ଓଡିଶା ପୋଲିସ ହାଉସିଂ କର୍ପୋରେସନ ନେଇଛି ଯାହାକୁ ବର୍ଷେ ଭିତରେ ସାରିବାକୁ ଲକ୍ଷ୍ୟ ରଖାଯାଇଥିବା ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *