ନ୍ୟୁଜ ଡେକ୍ସ : ଶାରଦୀୟ ଦୁର୍ଗା ପୂଜାର ଆଦ୍ୟପର୍ବ ମାଟି ଅନୁକୂଳ ସରିଛି। ସେପ୍ଟେମ୍ବର ୨୮ରୁ ଆରମ୍ଭ ହେବ କଟକର ପ୍ରସିଦ୍ଧ ଦୁର୍ଗା ପୂଜା । ଏଥିପାଇଁ କଟକ ମହାନଗର ପୂର୍ବାଞ୍ଚଳ ଶାନ୍ତି କମିଟି ବୈଠକରେ ଅନୁଷ୍ଠିତ ହୋଇଥିଲା।
ଦୁର୍ଗାପୂଜା ଆୟୋଜନ ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଛି। ଖବରମୁତାବକ, ଚଳିତବର୍ଷ ଦୁର୍ଗାପୂଜାକୁ ନେଇ ରବିବାର ଦିନ କଟକ ମହାନଗର ପୂର୍ବାଞ୍ଚଳ ଶାନ୍ତି କମିଟିର ବୈଠକ ବସିଥିଲା । ବୈଠକରେ ବିଭିନ୍ନ ଦୁର୍ଗା ପୂଜା କମିଟିର ସଦସ୍ୟମାନେ ଉପସ୍ଥିତ ରହିଥିଲେ ।
ବୈଠକରେ ରାସ୍ତାଘାଟ ମରାମତି, ଭିତ୍ତିଭୂମି ସମସ୍ୟା, ଦୁର୍ଗା ପୂଜା ଆୟୋଜନ ସଂପର୍କିତ ବିଭିନ୍ନ ସମସ୍ୟା, ଭସାଣି ଶୋଭାଯାତ୍ରା ଆଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଏହି ବୈଠକରେ ନିର୍ବାଚିତ ଜନପ୍ରତିନିଧି, ବିଭିନ୍ନ ରାଜନୈତିକ ଦଳର ନେତୃବର୍ଗ, ଜିଲ୍ଳା ପ୍ରଶାସନ, ସିଏମ୍ସି କର୍ତ୍ତୃପକ୍ଷ ଓ କମିସନ୍ରେଟ୍ ପୁଲିସ ପ୍ରଶାସନ ମଧ୍ୟ ଯୋଗଦେବେ ଦେଇଥିଲେ।
