Sat. Feb 21st, 2026
filter: 0; fileterIntensity: 0.0; filterMask: 0; captureOrientation: 0; algolist: 0; multi-frame: 1; brp_mask:0; brp_del_th:null; brp_del_sen:null; delta:null; module: photo;hw-remosaic: false;touch: (-1.0, -1.0);sceneMode: 8;cct_value: 0;AI_Scene: (-1, -1);aec_lux: 0.0;aec_lux_index: 0;albedo: ;confidence: ;motionLevel: -1;weatherinfo: null;temperature: 35;

ନ୍ୟୁଜ ଡେକ୍ସ : ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଭାରତ–ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି ମ୍ୟାଚ୍ ପାଇଁ ପ୍ରସ୍ତୁତି ଜୋରଦାର ଭାବେ ଆରମ୍ଭ ହୋଇଯାଇଛି। ଏହାର ଅଂଶ ଭାବେ ସୋମବାର ଭାରତୀୟ କ୍ରିକେଟ ନିୟନ୍ତ୍ରଣ ପରିଷଦ (ବିସିସିଆଇ)ର କ୍ୟୁରେଟର ଆଶିଷ ଭୌମିକ ବାରବାଟୀ ଷ୍ଟାଡିୟମର ପିଚ୍ ସ୍ଥିତିକୁ ସରଜମିନ ଅନୁଧ୍ୟାନ କରିଛନ୍ତି।

କ୍ୟୁରେଟରଙ୍କ ସହ ଗ୍ରାଉଣ୍ଡ ଷ୍ଟାଫ୍ ମଧ୍ୟ ପିଚ୍ ପ୍ରସ୍ତୁତି, ପଡ଼ିଆର ଅବସ୍ଥା ଏବଂ ଅନ୍ୟାନ୍ୟ ପ୍ରସ୍ତୁତିକାର୍ଯ୍ୟର ସମୀକ୍ଷା କରିଥିଲେ। ମ୍ୟାଚ୍‌କୁ ସଫଳ କରିବା ପାଇଁ ସମସ୍ତ ସ୍ତରରେ ତୀବ୍ର ପ୍ରସ୍ତୁତି ଚାଲିଛି।ଅନ୍ୟପଟେ, ଗତକାଲି ଅନଲାଇନ୍ ମାଧ୍ୟମରେ ଟିକେଟ୍ ବୁକିଂ ଶେଷ ହୋଇଛି। ପୋର୍ଟାଲ ଖୋଲିବାର ମାତ୍ର ଏକ ଘଣ୍ଟା ମଧ୍ୟରେ ସମସ୍ତ ଟିକେଟ୍ ବିକ୍ରି ହୋଇଯାଇଥିବାରୁ କ୍ରିକେଟ ପ୍ରେମୀଙ୍କ ଉତ୍ସାହ ସ୍ପଷ୍ଟ ହୋଇପଡ଼ିଛି। ଯେଉଁ ଦର୍ଶକ ଅନଲାଇନ୍ ଟିକେଟ୍ ପାଇଥିଲେ, ସେମାନେ ଆସନ୍ତା ୮ ଓ ୯ ତାରିଖରେ କଟକ କେମ୍ବ୍ରିଜ୍ ସ୍କୁଲରେ ଥିବା ସ୍ୱତନ୍ତ୍ର କାଉଣ୍ଟରରୁ ଟିକେଟ୍‌ର ହାର୍ଡକପି ସଂଗ୍ରହ କରିପାରିବେ।

ସେହିପରି, ୩ (ବୁଧବାର) ଓ ୪ (ଗୁରୁବାର)ରେ ଓସିଏ ସହ ଅନୁବନ୍ଧିତ ବିଭିନ୍ନ ୟୁନିଟ୍‌ମାନଙ୍କୁ ଟିକେଟ୍ ବିକ୍ରି କରାଯିବ। ମୋଟ ୪୨ ହଜାର ଟିକେଟ୍‌ରୁ କେବଳ ୧୧ ହଜାର ଟିକେଟ୍ ଓସିଏ ଅନୁବନ୍ଧିତ ୟୁନିଟ୍‌ମାନେ କିଣିବେ।ତାହାପରେ ଡିସେମ୍ବର ୫ ତାରିଖରେ ବାରବାଟୀ ଷ୍ଟାଡିୟମ କାଉଣ୍ଟରରେ ଅଫଲାଇନ୍ ଟିକେଟ୍ ବିକ୍ରି ହେବ। ପ୍ରାୟ ୧୦ ହଜାର ଟିକେଟ୍ ସେହିଦିନ ବିକ୍ରି କରାଯିବ ବୋଲି ସୂଚନା ମିଳିଛି। ଅନଲାଇନ୍ ଟିକେଟ୍ ପାଇନଥିବା ଦର୍ଶକଙ୍କ ପାଇଁ ଏବେ ଅଫଲାଇନ୍ ଟିକେଟ୍ ହିଁ ଶେଷ ଭରସା ରହିଛି।

Leave a Reply

Your email address will not be published. Required fields are marked *