Thu. Oct 23rd, 2025

ନ୍ୟୁଜ ଡେକ୍ସ: କଟକର ଐତିହାସିକ ବାଲିଯାତ୍ରାକୁ ମିଳିଲା ଜାତୀୟ ମାନ୍ୟତା । ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ମାନ୍ୟତା ନେଇ ସୂଚନା । ପୂର୍ବରୁ ଏ ନେଇ ପ୍ରଧାନମନ୍ତ୍ରୀ ମୋଦି ପ୍ରତିଶ୍ରୁତି ଦେଇଥିଲେ । ଏସିଆ ମହାଦେଶର ସବୁଠାରୁ ବଡ଼ ବାଣିଜ୍ୟିକ ଯାତ୍ରା ହେଉଛି ବାଲିଯାତ୍ରା । ପ୍ରତିବର୍ଷ କଟକରେ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ । ଓଡ଼ିଶା-ଦକ୍ଷିଣପୂର୍ବ ଏସିଆ ମଧ୍ୟରେ ଥିଲା ବାଣିଜ୍ୟିକ କାରବାର। ଓଡ଼ିଶାର ଗୌରବପୂର୍ଣ୍ଣ ଐତିହ୍ୟର ଯାତ୍ରା ହେଉଛି ବାଲିଯାତ୍ରା।

ଅତୀତ ଉତ୍କଳର ଗୌରବମୟ ସଂସ୍କୃତିର ବାର୍ତ୍ତା ବହନ କରେ ବାଲିଯାତ୍ରା। ବାଲି ଅର୍ଥାତ୍ ଇଣ୍ତୋନେସିଆର ବାଲିଦ୍ୱୀପ ସହ କଳିଙ୍ଗର ନୌବାଣିଜ୍ୟ ସମ୍ପର୍କ ରହିଥିଲା । ଓଡ଼ିଆ ସାଧବ ପୁଅ ବାଲି ଦ୍ୱୀପ ସହ ଜାଭା, ସୁମାତ୍ରା ଗମନ କରୁଥିଲେ ଏବଂ ବ୍ୟବସାୟରୁ ପ୍ରାପ୍ତ ଧନସମ୍ପଦ ଉତ୍କଳର ଅର୍ଥନୀତିକୁ କରୁଥିଲେ ସମୃଦ୍ଧ।

କଟକଠାରେ ବାଲିଯାତ୍ରା ପ୍ରତି ବର୍ଷ କାର୍ତ୍ତିକ ପୂର୍ଣ୍ଣିମାରେ ଗଡ଼ଗଡ଼ିଆ ଘାଟ ଓ ବାରବାଟି ଦୁର୍ଗ ନିକଟରେ ଅନୁଷ୍ଠିତ ହୋଇଥାଏ। ଏଠାକୁ ଓଡ଼ିଶା ଓ ଦେଶର ବିଭିନ୍ନ ପ୍ରାନ୍ତରୁ ଅନେକ ବ୍ୟବସାୟୀ ଆସିଥାନ୍ତି । ଦେଶର ବିଭିନ୍ନ ପ୍ରାନ୍ତର ହସ୍ତ-ଶିଳ୍ପ ଦେଖିବାକୁ ମିଳିଥାଏ । ସାମଗ୍ରୀ କିଣିବା ପାଇଁ ଲୋକଙ୍କ ଭିଡ ମଧ୍ୟ ହୋଇଥାଏ।

Leave a Reply

Your email address will not be published. Required fields are marked *