ନ୍ୟୁଜ ଡେକ୍ସ: ଆକ୍ସନ୍ ମୋଡ଼ରେ ସିଏମ୍ସି ଫୁଡ୍ ସେଫ୍ଟି ଟିମ୍। ଖାଦ୍ୟ ଷ୍ଟଲ୍ରେ କଲେ ଅଚାନକ କଲେ ରେଡ୍। କଟକ ବାଲିଯାତ୍ରା ପଡିଆର ଉପର ଏବଂ ତଳ ପଡିଆରେ ବିଭିନ୍ନ ଖାଦ୍ୟ ଦୋକାନରେ ଚଢ଼ଉ ବେଳେ ଜବତ ହେଲା ବାସି, ଅପମିଶ୍ରିତ ଖାଦ୍ୟ। ସମସ୍ତ ଖାଦ୍ୟକୁ ନଷ୍ଟ କରିବା ସହ ଦୋକାନୀକୁ ଫାଇନ କଲା ସିଏମ୍ସି ଟିମ୍।
ଚଢ଼ଉରେ ୪ଟି ଟିମ୍ ନିୟୋଜିତ ହୋଇଥିବା ଜଣାପଡିଛି। ତେବେ ସୂଚନା ମୁତାବକ, ବାସି ଖାଦ୍ୟ ଗଚ୍ଛିତ ରଖିଥିବା ଅଭିଯୋଗରେ କିଛି ଦୋକାନୀଙ୍କୁ ଫାଇନ ମଧ୍ୟ କରାଯାଇଛି । ନିୟମିତ ବ୍ୟବଧାନରେ ବାଲିଯାତ୍ରା ସରିବା ଯାଏ ଏଭଳି ଯାଞ୍ଚ ଚାଲିବ ବୋଲି କୁହାଯାଇଛି। ପ୍ରତିଦିନ ବାଲିଯାତ୍ରାକୁ ଲକ୍ଷାଧିକ ଲୋକ ଆସିଥାନ୍ତି।
ତେଣୁ ସମସ୍ତଙ୍କ ସ୍ୱାସ୍ଥ୍ୟକୁ ନଜରରେ ରଖି ସିଏମସି ପ୍ରତିଦିନ ଏହି ଚଢ଼ାଉ ଜାରି ରଖିବ ବୋଲି କୁହାଯାଇଛି।ପୂର୍ବ ବର୍ଷ ବାଲିଯାତ୍ରାରେ କୁଇଣ୍ଟାଲ କୁଇଣ୍ଟାଲ ବାସିଖାଦ୍ୟ ନଷ୍ଟ କରିଛି ସିଏମସି । ତେବେ ଚଳିତବର୍ଷ ମଧ୍ୟ ସମାନ ଭାବରେ ଚଢ଼ାଉ ଜାରି ରଖିଛି ସିଏମସିର ଫୁଡ୍ ସେଫଟି ଟିମ । ଏଥିସହ ବ୍ୟବସାୟୀଙ୍କୁ ବାସିଖାଦ୍ୟ ବିକ୍ରି ନକରିବାକୁ ସଚେତନ କରାଯାଇଛି ।