ନ୍ୟୁଜ ଡେକ୍ସ : ଓଟିଇଟି ପରୀକ୍ଷା ସ୍ଥଗିତ ନେଇ ବିଜେଡି ପ୍ରତିବାଦ କରିଛି । ବୋର୍ଡ ଅଫିସ ସମ୍ମୁଖରେ ଛାତ୍ର ଓ ଯୁବ ବିଜେଡି ଧାରଣା ଦେଇଛି । ପ୍ରଶ୍ନପତ୍ର ଲିକ ଅଭିଯୋଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଗତକାଲି ହେବାର ଥିଲା ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା । ସ୍ପେଶାଲ ଓଟିଇଟିର ପେପର-୧ ଓ ପେପର-୨ର ପରୀକ୍ଷା କାହିଁକି ସ୍ଥଗିତ ରଖାଯାଇଛି ତାହା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ ।
ଏହି ଦୁଇଟି ପେପରର ହାତଲେଖା ପ୍ରଶ୍ନ ଓ ତାହାର ଉତ୍ତର ସୋସିଆଲ ମିଡିଆରେ ଘୁରି ବୁଲିଥିବା ଅଭିଯୋଗ ହୋଇଛି । ଏହା ପରେ ବୋର୍ଡ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଥିବା କଥା କୁହାଯାଉଛି । ଯାହା ୭୫ ହଜାରରୁ ଅଧିକ ପରୀକ୍ଷାର୍ଥୀଙ୍କ ଭାଗ୍ୟକୁ ଅନିଶ୍ଚିତତା ମଧ୍ୟକୁ ଠେଲି ଦେଇଛି ବୋଲି ବିଜେଡି କହିଛି। ଯାହାର ପ୍ରତିବାଦ କରି ବିଜେଡି କର୍ମୀ ଓ ଛାତ୍ର-ଯୁବ ସଙ୍ଗଠନ ଏହି ଘଟଣାରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରିଛନ୍ତି।ଗତ ୧୨ ମାସରେ ୧୨ଟି ପରୀକ୍ଷାରେ ଲିକ୍ ଓ ତ୍ରୁଟି ଦେଖାଦେଇଛି, ଯାହା ଲକ୍ଷ ଲକ୍ଷ ପରୀକ୍ଷାର୍ଥୀଙ୍କ ଭବିଷ୍ୟତକୁ ଅନ୍ଧକାର ଆଡ଼କୁ ନେଇଛି।
‘ଏହି ସରକାର ପରୀକ୍ଷା ପରିଚାଳନାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି। ବୋର୍ଡ ଅଧ୍ୟକ୍ଷ ଓ ମନ୍ତ୍ରୀ ଗଣ୍ଡଙ୍କୁ ନୈତିକ ଦାୟିତ୍ୱ ନେଇ ଇସ୍ତଫା ଦେବାକୁ ସେ ଦାବି କରିଛି ବିଜେଡି ।ବିଜେଡି ଏହାକୁ ରାଜ୍ୟ ସରକାରଙ୍କ ଅପାରଗତାର ପ୍ରମାଣ ବୋଲି ଦାବି କରିଛି। ତେବେ, ବୋର୍ଡ ଅଧିକାରୀ କିମ୍ବା ମନ୍ତ୍ରୀ ଗଣ୍ଡ ଏ ପର୍ଯ୍ୟନ୍ତ ଏହି ଅଭିଯୋଗ ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି।
