ନ୍ୟୁଜ ଡେକ୍ସ: ରାଜ୍ୟରେ ଗଠନ ହେବ ଟ୍ରାଇ ସିଟି । ଏବେ ଟ୍ବିନ୍ ସିଟି ନୁହେଁ, ହେବ ଟ୍ରାଇ ସିଟି । ଟ୍ବିନ୍ ସିଟି କଟକ, ଭୁବନେଶ୍ବର ସହ ଯୋଡି ହେବ ପୁରୀ । କଟକ, ଭୁବନେଶ୍ବର ଏବଂ ପୁରୀକୁ ନେଇ ଟ୍ରାଇସିଟିର ପରିକଳ୍ପାନା କରୁଛନ୍ତି ରାଜ୍ୟ ସରକାର । ଏହି ତିନି ସ୍ଥାନର ଗମନାଗମନ ଓ ବିକାଶକୁ ଗୁରୁତ୍ୱ ଦେଇ ଏହାକୁ ଟ୍ରାଇସିଟିକୁ ଡେଭଲପ କରାଯିବ । ନଗର ଉନ୍ନୟନ ମନ୍ତ୍ରୀ ଆହୁରି କହିଛନ୍ତି, ରାଜ୍ୟ ସରକାର ଏଥିପାଇଁ ପ୍ରାରମ୍ଭିକ ଯୋଜନା ଆରମ୍ଭ କରିଛନ୍ତି।
ବିଭିନ୍ନ ସ୍ଥାନରେ ରିଂ ରୋଡ ଏବଂ ଓଭର ବ୍ରିଜ କିପରି ଓ କେମିତି ନିର୍ମାଣ କରାଯାଇ ପାରିବ ସେନେଇ ମୁଖ୍ୟମନ୍ତ୍ରୀ ଦୁଇ ଥର ବୈଠକ ଡାକି ଆଲୋଚନା କରିଛନ୍ତି। ତୁରନ୍ତ ପ୍ଲାନ ଦେବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ଦେଖାଯାଉଥିବା ଟ୍ରାଫିକ ଜାମକୁ ଦୂର ପାଇଁ ପବ୍ଲିକ ଟ୍ରାନ୍ସପୋର୍ଟ ସିଷ୍ଟମକୁ ଅଧିକ ବଢ଼ାଯାଉଛି। ଲୋକମାନେ ଯେମିତି ଅଧିକ ବସର ବ୍ୟବହାର କରିବେ ସେ ନେଇ ସରକାର ଗୁରୁତ୍ୱ ଦେଉଛନ୍ତି । ମନ୍ତ୍ରୀ ଏହାବି କହିଛନ୍ତି, ସରକାର ସହର ବଢେଇବେ । ଟାଉନ ପ୍ଲାନିଂ ସ୍କିମ ଜରିଆରେ ସହରକୁ ବଢାଇବା ପାଇଁ ନିଷ୍ପତ୍ତି ହୋଇଛି । ଟିପି ସ୍କିମ ପାଇଁ ସ୍ୱତନ୍ତ୍ର ବିଭାଗ କରି ଦାୟିତ୍ୱ ଦିଆଯିବ । ଟାଇମ ପିରିୟଡ୍ ବି ଫିକ୍ସ ହେବ ।
ସେହିପରି ପ୍ଲାନିଂ ପାଇଁ ସ୍ୱତନ୍ତ୍ର ଅଫିସ ମଧ୍ୟ ଖୋଲାଯିବ। ସହରାଞ୍ଚଳରେ କୌଣସି ଅନପ୍ଳାନଡ୍ କାମ ହେବନି। ଭୁବନେଶ୍ୱର ହେଉଛି ଏକ ପ୍ଲାନଡ଼ ସିଟି। ତେଣୁ କୌଣସି ଅନପ୍ଲାନଡ୍ କାର୍ଯ୍ୟ କରାଯିବ ନାହିଁ। ନୀତି ନିୟମ ଭିତରେ ସହରର କଳେବର ବୃଦ୍ଧି ପାଇଁ ଯୋଜନା କରାଯାଉଛି। କେବଳ ଭୁବନେଶ୍ୱର ନୁହେଁ ରାଜ୍ୟର ସମସ୍ତ ସହରାଞ୍ଚଳରେ ଟାଉନ ପ୍ଲାନିଂ ସ୍କିମ୍ କରାଯିବ ପାଇଁ ନିଷ୍ପତ୍ତି ହୋଇଛି । କଟକ ବ୍ରହ୍ମପୁର, ରାଉଲକେଲାରେ ଅନେକ ଟିପି ସ୍କିମ୍ କରିବାକୁ ଯାଉଛନ୍ତି ରାଜ୍ୟ ସରକାର ।
