Thu. Oct 23rd, 2025

ନ୍ୟୁଜ ଡେକ୍ସ: ଉତ୍ତରପ୍ରଦେଶରେ ବଡ଼ ଅଘଟଣ। କନୌଜ ରେଳ ଷ୍ଟେସନରେ ଏକ ନିର୍ମାଣାଧୀନ କୋଠାର ଛାତ ଭୁଶୁଡ଼ି ପଡ଼ିବାରୁ ଏହା ତଳେ ପ୍ରାୟ ୩୫ ଶ୍ରମିକ ଚାପି ହୋଇଯାଇଥିବା କୁହାଯାଉଛି। ବର୍ତ୍ତମାନ ସୁଦ୍ଧା ୧୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ପୁଲିସ ସୂଚନା ଦେଇଛି। ତୁରନ୍ତ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବା ଶ୍ରମିକଙ୍କୁ ବାହାରକୁ ଆଣିବାର କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି।

ଟିମ୍ ଏବେସୁଦ୍ଧା ୬ଜଣ ଶ୍ରମିକଙ୍କ ଭଗ୍ନାବଶେଷରୁ ବାହାର କରିଛନ୍ତି , ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟ ଶ୍ରମିକଙ୍କ ରେସ୍କ୍ୟୁ ଜାରି ରହିଛି। ଅଧିକାରୀଙ୍କ ମୁତାବିକ ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି , ଖୁବ୍ ଶୀଘ୍ର ଅନ୍ୟ ଶ୍ରମିକଙ୍କୁ ଭଗ୍ନାବଶେଷ ତଳୁ ବାହାର କରାଯିବ।ସୂଚନା ଅନୁସାରେ, ଦୁର୍ଘଟଣାଟି ଶନିବାର ଦ୍ୱିପ୍ରହର ସମୟ ପାଖାପାଖି ୩ଟାରେ ହୋଇଛି। ଏହି ସମୟରେ ରେଲୱେ ଷ୍ଟେସନ ପରିସରରେ ଅମୃତ ଯୋଜନା ଅନୁସାରେ , ନିର୍ମାଣ କାର୍ଯ୍ୟ ଚାଲୁ ଥିଲା। ଏହି ସମୟରେ ନିର୍ମାଣାଧିନ ଏକ ବିଲ୍ଡିଂରେ ପାଖାପାଖି ୨୫ଜଣ ଶ୍ରମିକ କାମ କରୁଥିଲେ।

ସେତେବେଳେ ହଠାତ୍ ଲେଣ୍ଟର ଭୁଶୁଡ଼ି ଥିଲା। ଯେଉଁଥିରେ ଏହା ତଳେ କାମ କରୁଥିବା ପାଖାପାଖି ୨୫ ଜଣ ଶ୍ରମିକ ଏହା କବଳକୁ ଆସି ଯାଇଥିଲେ। କୁହାଯାଉଛି କି ବିଲ୍ଡିଂର ଲେଣ୍ଟର ଖସି ପଡ଼ିବାରୁ ଭଗ୍ନାବଶେଷ ତଳେ ପାଖାପାଖି ୨୦ଜଣ ଶ୍ରମିକ ଚାପି ହୋଇ ଯାଇଛନ୍ତି। ଦୁର୍ଘଟଣା ପରେ ଆତଙ୍କ ଖେଳି ଯାଇଛି। ଘଟଣାସ୍ଥଳରେ ଏନଡିଆରଏଫ୍, ଏସଡିଆରଏଫ ସମେତ ରେଲୱେ ଓ ପୁଲିସ ଟିମ୍ ମିଳିତ ଭାବେ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି।

Leave a Reply

Your email address will not be published. Required fields are marked *